କନକବ୍ୟୁରୋ : କଳାହୀରାର କଳା ସାମ୍ରାଜ୍ୟ । କନକ ନ୍ୟୁଜ୍‌ରେ ଅପରେସନ୍ କଳା ହୀରା ପାର୍ଟ-୨। ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ କନକ ନ୍ୟୁଜ୍‌ । ଜଙ୍ଗଲ ନାଳ ଡେଇଁ ମାଫିଆଙ୍କ ଠିକଣାରେ ପହଞ୍ଚିଛନ୍ତି ଆମ ପ୍ରତିନିଧି । ସାରା ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାର ଖଣି ଚୋରି ଚହଳ ପକାଇ ଦେଇଛି। ଏହି ଚୋରା ଖଣିରେ ସାମିଲ ଥିବା ସରକାରୀ ବାବୁ, କୋଇଲା ଚୋରି କରୁଥିବା ମାଫିଆ ଓ ତାଙ୍କୁ ସୁରକ୍ଷା ଦେଉଥିବା ରାଜନେତା ଙ୍କ ଛାତି ଥରହର ହେବାକୁ ବସିଲାଣି ।   ମାମଲା ଥାନାରୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ସାରିଲାଣି ।

Advertisment

ହେଲେ କେବଳ ହେମଗିରି ତେଲେନଡିହି ଜଙ୍ଗଲରେ ସରିଯାଇ ନାହିଁ କଳାହୀରାର କଳା ସାମ୍ରାଜ୍ୟ। ଏ ଚେର ବହୁତ ଲମ୍ବା ।  ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର ।  କଳାହୀରାର କଳା ସାମ୍ରାଜ୍ୟ ।  ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ ।  ରତନସରା ଗାଁ ରେ ଚାଲିଛି କଣ ?  କେମିତି ଚୋରା ଖଣି ଓ ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ । 

କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଲୋକ ଦେଖାଣିଆ ଭାବେ ପ୍ରଶାସନ, ପୋଲିସ, ବନବିଭାଗ ଓ  ଖଣି ବିଭାଗ ଜଙ୍ଗଲରେ ପହଞ୍ଚି  କିଛି ଛୋଟ ଛୋଟ ଖଣିରେ ଚଢାଉ କରି ମାତ୍ର ୧୫୦ଟନ୍ କୋଇଲା ଜବତ କରି ଚୁପ୍ ବସି ରହିଛି  ।  ହେଲେ ଆଜି ଆମେ କହିଛୁ  ଯେ କେବଳ ତେଲେନଡିହି ଜଙ୍ଗଲ ନୁହଁ , ଏହାଠାରୁ ୧୦ କିଲୋମିଟର ଦୂର ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି । ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚତୁର୍ଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି ।  ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମଖୁଲ୍ଳା  ବିକ୍ରି କରି ଟଙ୍କା ନିଜ ପକେଟ୍‌କୁ ନେଇଛନ୍ତି  ।  କଳା ହୀରା କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଳାପାଳ ।  ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଡେପୁଟି ଡାଇରେକ୍ଟ ର ମାଇନ୍ସ ଓ ହେମଗିରି ତହସିଲଦାରଙ୍କୁ ଚିଠି କରି ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେଲେନଡ଼ିହିର ବିଶାଳ ଚୋରା ମାଇନ୍ସରୁ କୋଇଲା ହେଉଥିଲା ଚାଲାଣ । କୋଲ ୱାସେରି ଓ କୋଲ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହ ।  ଅଂଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋ କୁ ଯାଞ୍ଚ କରିବା ସହ ଷ୍ଟକର ହିସାବ ନେବା ପାଇଁ ଚିଠିରେ ନିର୍ଦେଶ ହୋଇଛି  ।  ଯଦି ହିସାବରୁ ବେଶି କୋଇଲା ବାହାରିଲା ତାହା କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।