Mining Corruption Photograph: (Kanaknews)
କନକ ବ୍ୟୁରୋ: କଳା ହୀରାର କଳା ସାମ୍ରାଜ୍ୟ । ତେଲେନଡିହି ପରେ ରତନସରାରେ ବି ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ, ହେମଗିରି ତହସିଲଦାର ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ାଉ । କନକ ନ୍ୟୁଜ୍ରେ ଅପରେସନ୍ କଳାହୀରା ଖବର ପ୍ରସାରଣ ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଆଜି କନକ ନିୟୁଜର ଅପରେସନ ପାର୍ଟ-୨ ପରେ ପୁଣି ଆକ୍ସନ ମୁଡରେ ପ୍ରଶାସନ । ଆମେ ଦେଖାଇଥିବା ରତନସରାରେ ଚଢ଼ାଉ କଲା ମିଳିତ ସ୍କ୍ୱାର୍ଡ ଟିମ୍ । ଉପଜିଲ୍ଲାପାଳ , ପୋଲିସ ଓ ତହସିଲ ଟିମ ମିଳିତ ଭାବରେ କଲେ ଚଢ଼ାଉ କରିଛି । ରତନସରାରେ ବି ୧୦ ରୁ ଅଧିକ ଖଣି ରେ ଚଢ଼ାଉ କଲା ଟିମ୍ । ବିପୁଳ ଚୋରା କୋଇଲା ଜବତ ହୋଇଛି । କଳା ହୀରା କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଡେପୁଟି ଡାଇରେକ୍ଟର ମାଇନ୍ସ ଓ ହେମଗିରି ତହସିଲଦାରଙ୍କୁ ଚିଠି କରି ୩ ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ତେଲେନଡ଼ିହିର ବିଶାଳ ଚୋରା ମାଇନ୍ସରୁ କୋଇଲା ହେଉଥିଲା ଚାଲାଣ । କୋଲ୍ ୱାସେରି ଓ କୋଲ୍ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହ । ଅଞ୍ଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ ର ହିସାବ ନେବା ପାଇଁ ଚିଠିରେ ନିର୍ଦ୍ଦେଶ ହୋଇଛି । ଯଦି ହିସାବରୁ ବେଶୀ କୋଇଲା ବାହାରିଲା ତାହା କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ସେପଟେ ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ ପହଞ୍ଚିଥିଲା କନକ ନ୍ୟୁଜ୍ ।
ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି । ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚର୍ତୁଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି । ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମ୍ଖୁଲା ବିକ୍ରି କରି ଟଙ୍କା ନିଜ ପକେଟ୍କୁ ନେଇଛନ୍ତି।
ଖଣି ଚୋରି ପଛରେ କିଏ?
ରତନସରା ଗାଁରେ ଚାଲିଛି କ’ଣ?
କେମିତି ଚୋରା ଖଣି ଓ ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ?
ଶହ ଶହ କୋଇଲା ଖଣି ଚୋରି କାହା ଇଙ୍ଗିତରେ ହେଉଥିଲା?
ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କର ବି ରହିଛି କି ହାତ?
ପ୍ରଶାସନ ନାକ ତଳେ ଶହ ଶହ କୋଟିର କୋଇଲା ଚୋରି କେମିତି ହେଲା?
ପ୍ରଶାସନ ସବୁ ଜାଣି ବି କାହିଁକି ଥିଲା ଚୁପ୍?
ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ ତ କଡ଼ା କାର୍ଯ୍ୟାନୁଷ୍ଠାନ ତ?
ଏତଲା କେବଳ ଗଣମାଧ୍ୟମର ମୁହଁ ବନ୍ଦ ପାଇଁ ନାଁକୁ ମାତ୍ର ନୁହେଁ ତ?
କେବେ ଉତ୍ତର ରଖିବେ ଖଣି ମନ୍ତ୍ରୀ?
କୋଟି କୋଟି ରାଜସ୍ବ ହାନୀର ଭରଣ କେମିତି କରିବେ ସରକାର?
ମୁଖ୍ୟମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେବେ ଦେବେ ନିର୍ଦ୍ଦେଶ?
Follow Us