ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷରୁ ଖଣ୍ଡଯୁଦ୍ଧ ଘଟଣା; ଜିଲ୍ଲାପାଳଙ୍କ ସୂଚନା, ଡକାଯିବ ଶାନ୍ତି କମିଟି ବୈଠକ

Advertisment

ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଇଣ୍ଟରନେଟ୍ ଉପରେ ଲଗାଯାଇଛି କଟକଣା । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସୁନ୍ଦରଗଡ଼ ସହରରେ ବନ୍ଦ ରହିଛି ସ୍କୁଲ ଓ କଲେଜ ।

ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଇଣ୍ଟରନେଟ୍ ଉପରେ ଲଗାଯାଇଛି କଟକଣା । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସୁନ୍ଦରଗଡ଼ ସହରରେ ବନ୍ଦ ରହିଛି ସ୍କୁଲ ଓ କଲେଜ ।

Sundargarh Under Restrictions

Sundargarh Under Restrictions Photograph: (Kanak News)

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟଣା । ସ୍ଥିତି ସ୍ୱାଭାବିକ କରିବାକୁ ଡକାଯିବ ଶାନ୍ତି କମିଟି ବୈଠକ । ସ୍ୱାଭାବିକ ହେଲେ ଧୀରେ ଧୀରେ କଟକଣା ଉଠିବ । ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର । ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଯେଉଁଥିରେ ୪ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି ।

ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଇଣ୍ଟରନେଟ୍ ଉପରେ ଲଗାଯାଇଛି କଟକଣା । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସୁନ୍ଦରଗଡ଼ ସହରରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ଆଜି ବନ୍ଦ ରହିଛି । କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା ।

ଅଧିକ ପଢ଼ନ୍ତୁ : ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷରୁ ଖଣ୍ଡଯୁଦ୍ଧ ଘଟଣା, ଆଜି ସନ୍ଧ୍ୟା ୬ଟା ଯାଏଁ ଇଣ୍ଟରନେଟ୍ ସେବା ଉପରେ କଟକଣା

ଅଶାନ୍ତ ହୋଇଛି ସୁନ୍ଦରଗଡ଼ । ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଯେଉଁଥିରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି । ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଇଣ୍ଟରନେଟ୍ ଉପରେ ଲଗାଯାଇଛି କଟକଣା । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ଆଜି ବନ୍ଦ ରହିଛି । କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe