କନକବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ପୁଲିସ ନାଁରେ ସାଂଘାତିକ ଅଭିଯୋଗ । କଲେଜ ଛାତ୍ରୀଙ୍କ ଅଶ୍ଲିଳ ମେସଜ କରିବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଓଲଟା ଟଙ୍କା ନେଇ ମାମଲା ଚାପିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଆଜି ଏନେଇ ଉପବାଚସ୍ପତି ଓ ସୁନ୍ଦରଗଡ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଛନ୍ତି ।

Advertisment

ସାରା ରାଜ୍ୟରେ ବର୍ତମାନ ନାରୀ ସୁରକ୍ଷାକୁ ନେଇ ମାହୋଲ ସରଗରମ ଥିବା ବେଳେ ଏହି ଘଟଣା ପୋଲିସ ର କାର୍ଯ୍ୟଶୈଳୀ  ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ପୀଡିତାଙ୍କୁ ନାଲି ଆଖି ଦେଖାଇ ମାମଲା ପ୍ରତ୍ୟାହାର କରିନେବାକୁ ପୁଲିସ ଚାପ ପ୍ରୟୋଗ କରୁଥିବା ଜଣାପଡିଛି ।  ଅଭିଯୋଗ ଅନୁସାରେ କଲେଜ ଛାତ୍ରୀଙ୍କୁ ଜଣେ ବିବାହିତ ଯୁବକ ଅଶ୍ଲିଳ ମେସେଜ ପଠାଉଥିଲେ ।

ମା ବାପା ଙ୍କ ସହିତ ସେହି ଯୁବକ ଜଣକ ଙ୍କୁ ତାଗିଦ କରିବାକୁ ଯାଇ ଯୁବତୀ ଜଣକ ଆକ୍ରମଣ ର ଶିକାର ହୋଇଥିଲା । ସେହି ଯୁବକ ର ମାଡ ରେ ଯୁବତୀ ର ନାକ ଫାଟିଯାଇ ଗୁରୁତର ଆହାତ ହେବା ସହ ସେ ପିନ୍ଧିଥିବା ଡ୍ରେସ କୁ ମଧ୍ୟ ଫାଡି ଦେଇଥିଲା ଯୁବକ । ଗୁରତର ଅବସ୍ଥା ରେ ଯୁବତୀ ଙ୍କୁ ରାଉରକେଲା ମେଡିକାଲ ରେ ଭର୍ତି କରାଇ ମା ଥାନା ରେ ଏତଲା ଦେଇଥିଲେ କିନ୍ତୁ ପୋଲିସ ଏତଲା ଗ୍ରହଣ କରିନଥିବା ମା ଅଭିଯୋଗ କରିଛନ୍ତି ।
----