ସୁନ୍ଦରଗଡ ଯାଯାବର ଗଣହତ୍ୟା ମାମଲା ; ବାହାର ରାଜ୍ୟରୁ ଗିରଫ ହେଲେ ୭ ଅଭିଯୁକ୍ତ

ବହୁ ଚର୍ଚ୍ଚିତ ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲା  । କର୍ଣ୍ଣାଟକ ଓ ମହରାଷ୍ଟ୍ରରୁ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଘଟଣା ସ୍ଥଳକୁ ନେଇ ପୋଲିସ କରିବ ସିନ୍ ରିକ୍ରିଏସନ୍  । ଦୁଇ ଯାଜାବର ଗୋଷ୍ଠୀ ବିବାଦ ପରେ ୫ ଜଣଙ୍କୁ ହୋଇଥିଲା ନିର୍ମମ ହତ୍ୟା  ।

1jajabara

କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ କରମଡିହି ଯାଯାବର ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ରାଜ୍ୟ ବାହାରୁ ଅଭିଯୁକ୍ତଙ୍କୁ ଧରିଲା ସୁନ୍ଦରଗଡ଼ ପୋଲିସ । ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଦୀର୍ଘ ୨୨ ଦିନରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । କର୍ଣ୍ଣାଟକ ଓ ମହରାଷ୍ଟ୍ରରୁ ଅଭିଯୁକ୍ତଙ୍କୁ ଧରିଥିବା ସୂଚନା ମିଳିଛି । 

ଗତ ଅକ୍ଟୋବର ୨୯ ତାରିଖରେ ସଦର ଥାନା କରମଡ଼ିହି ଗୀତପଡ଼ା ଏକ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ଶୋଇଥିବା ବେଳେ ହତ୍ୟା କରି ଫେରାର ମାରିଥିଲେ ଅଭିଯୁକ୍ତ । ତିନି ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ କରିଥିଲେ ହତ୍ୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe