କନକ ବ୍ୟୁରୋ: ବହୁ ଚର୍ଚ୍ଚିତ କରମଡିହି ଯାଯାବର ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ରାଜ୍ୟ ବାହାରୁ ଅଭିଯୁକ୍ତଙ୍କୁ ଧରିଲା ସୁନ୍ଦରଗଡ଼ ପୋଲିସ । ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଦୀର୍ଘ ୨୨ ଦିନରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । କର୍ଣ୍ଣାଟକ ଓ ମହରାଷ୍ଟ୍ରରୁ ଅଭିଯୁକ୍ତଙ୍କୁ ଧରିଥିବା ସୂଚନା ମିଳିଛି ।
ଗତ ଅକ୍ଟୋବର ୨୯ ତାରିଖରେ ସଦର ଥାନା କରମଡ଼ିହି ଗୀତପଡ଼ା ଏକ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ଶୋଇଥିବା ବେଳେ ହତ୍ୟା କରି ଫେରାର ମାରିଥିଲେ ଅଭିଯୁକ୍ତ । ତିନି ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ କରିଥିଲେ ହତ୍ୟା ।