ସୁନ୍ଦରଗଡ ଫଳାଉଛନ୍ତି ସ୍ବତନ୍ତ୍ର ଧାନ, ରାସାୟନିକ ସାରକୁ ଛାଡି ଜୈବିକ ପଦ୍ଧତିରେ କରୁଛନ୍ତି ଚାଷ

Advertisment

ପାଟି ଓ ପେଟ ପାଇଁ ହିତକର ଧାନର କୁଇଣ୍ଟାଲ ପିଛା ଭାଉ ଅଧିକ ୧ହଜାର । ୩୧ଶହ ସ୍ଥାନରେ ୪୧ଶହ ଟଙ୍କା ଏମଏସପି ଦେବେ ସରକାର ।

ପାଟି ଓ ପେଟ ପାଇଁ ହିତକର ଧାନର କୁଇଣ୍ଟାଲ ପିଛା ଭାଉ ଅଧିକ ୧ହଜାର । ୩୧ଶହ ସ୍ଥାନରେ ୪୧ଶହ ଟଙ୍କା ଏମଏସପି ଦେବେ ସରକାର ।

ଧାନର ଏମ୍ଏସ୍‌ପି ୪୧୦୦

ଧାନର ଏମ୍ଏସ୍‌ପି ୪୧୦୦ Photograph: (KanakNews)

କନକ ବ୍ୟୁରୋ: ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସପି କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ହୋଇଥିଲେ ବି, ଏଥିପାଇଁ ଏଣିକି ୪୧ଶହ ଟଙ୍କା ପାଇବାକୁ ଯାଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବହୁ ଚାଷୀ । କାରଣ ସେମାନଙ୍କ ଜମିରେ ଫଳୁଛି ବିରଳ ଦେଶୀ ଧାନ ଫସଲ । ଆଧୁନିକ ତଥା ଅଧିକ ଅମଳକ୍ଷମ କିସମର ଭିଡ଼ ଭିତରେ ହଜିଯାଉଥିବା ପୁରୁଣା ଦେଶୀ ବିହନକୁ ଚାଷ କରିଛନ୍ତି ସେମାନେ ।

ରାସାୟନିକ ସାରକୁ ଛାଡ଼ି ଜୈବିକ ଉପାୟରେ ଚଳାଇଛନ୍ତି, ଏହିସବୁ ଲୁପ୍ତପ୍ରାୟ ବାସ୍ନା ଓ ଅଣବାସ୍ନା ଧାନ କିସମକୁ ବଞ୍ଚାଇ ରଖିବାର ମହତ ପ୍ରଚେଷ୍ଟା । ଉଭୟ ମଣିଷ ଓ ମାଟି ପାଇଁ ଏହି ହିତକର ଧାନକୁ କୁଇଣ୍ଟାଲ ପିଛା ୧ ହଜାର ଟଙ୍କା ଅଧିକ ଏମ୍ଏସପିରେ କିଣିବେ ସରକାର । ସୁନ୍ଦରଗଡ଼ ଜିଲ୍ଲାରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ହାତକୁ ନେଇଛି କୃଷି ବିଭାଗ ।  କେବଳ କୁଇଣ୍ଟାଲ ପିଛା ୪୧ଶହ ଟଙ୍କା ନୁହେଁ, ଦେଶୀ ବିହନ ଓ ଜୈବିକ ଔଷଧ ସହିତ ହେକ୍ଟର ପ୍ରତି ୫ହଜାର ଟଙ୍କାର ଇନସେଣ୍ଟିଭ୍ ବା ପ୍ରୋତ୍ସାହନ ରାଶି ମଧ୍ୟ ଚାଷୀଙ୍କୁ ଦେଉଛି କୃଷି ବିଭାଗ । ଏହି ଦୀର୍ଘ ମିଆଦି ଯୋଜନାରେ ଏବର୍ଷ ସୁନ୍ଦରଗଡ଼ ଜିଲ୍ଲାର ୯ଟି ବ୍ଲକ ରେ ୮ହଜାର ୩ଶହ ହେକ୍ଟର ଜମିକୁ ସାମିଲ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe