କନକ ବ୍ୟୁରୋ : ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲଦାର। କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାର ଲାବନ୍ୟେନ୍ଦୁ ମହାନ୍ତି ନିଲମ୍ବିତ । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ରିପୋର୍ଟ କୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବଙ୍କ ନିଲମ୍ବନ ଆଦେଶ ।
ତୁରନ୍ତ ଦାୟିତ୍ବ ହସ୍ତାନ୍ତର ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅବସ୍ଥାନ ପାଇଁ ନିର୍ଦ୍ଦେଶ। ଜିଲ୍ଲାପାଳ ବିନା ଅନୁମତି ସେ ଛୁଟି ରେ ମଧ୍ୟ ଯାଇ ପାରିବେ ବୋଲି ନିର୍ଦ୍ଦେଶ ।