କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯାତରା-୨୦୨୫ । ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କଲେ ବଲିଓଡ଼ ଗାୟକ ସୁଦେଶ ଭୋସଲେ । ଯାତରାକୁ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ସାଂସ୍କୃତିକ କାର୍ୟ୍ୟକ୍ରମ ସହ ପଲ୍ଲିଶ୍ରୀ ମେଳାରେ ମଧ୍ୟ ଲାଗୁଛି ଲୋକଙ୍କ ଭିଡ଼ ।
ସୁନ୍ଦରଗଡ଼ର ଜିଲ୍ଲାସ୍ତରୀୟ ସାଂସ୍କୃତିକ ମହୋତ୍ସବ ଯାତରା-୨୦୨୫ । ଶୀତୁଆ ସନ୍ଧ୍ୟାରେ ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡ଼ ତାରକା ସୁଦେଶ ଭୋସଲେ । ସୁଦେଶଙ୍କ ମନଲୋଭା ଗୀତରେ ବେଶ କିଛି ସମୟ ପାଇଁ ନିଜକୁ ହଜାଇ ଦେଇଥିଲେ ଦର୍ଶକ । ଏହାସହ ଓଡ଼ିଶୀ, ସମ୍ବଲପୁରୀ, କଥକ ଓ ଆଦିବାସୀ ମୁଣ୍ଡାରୀ ଭୂମିଜଙ୍କ ପାରମ୍ପରିକ ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁଛି ।
କଳା, ସଂସ୍କୃତି ଓ ପରମ୍ପରାର ମହାସଙ୍ଗମ ହେଉଛି ସୁନ୍ଦରଗଡ଼ର ମହୋତ୍ସବ ଯାତରା । ସାଂସ୍କୃତିକ କାର୍ୟ୍ୟକ୍ରମ ସହ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ଯେଉଁଠି ଘର କରଣା ସମାଗ୍ରୀ କିଣାକିଣି ସହ ଖିଆପିଆର ମଜାଟିକେ ନିଆରା ।
ଯାତରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।