ସୁନନ୍ଦାଙ୍କ ବିସ୍ପୋରକ ବୟାନ : କହିଲେ ଆମେ ଥିଲୁ ଦଳରେ ଅଲୋଡା

Advertisment

ବିଜେଡି ଛାଡିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ । ଦଳରେ ଅଲୋଡା ହୋଇ ପଡିଥିବା କହିଲେ ସୁନନ୍ଦା। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଥିଲେ

ବିଜେଡି ଛାଡିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ । ଦଳରେ ଅଲୋଡା ହୋଇ ପଡିଥିବା କହିଲେ ସୁନନ୍ଦା। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଥିଲେ

sunda

କନକବ୍ୟୁରୋ : ବିଜେଡି ଛାଡିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ । ଦଳରେ ଅଲୋଡା ହୋଇ ପଡିଥିବା କହିଲେ ସୁନନ୍ଦା । ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଥିଲେ । ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଛନ୍ତି ସୁନନ୍ଦା । 

୨୦୧୯ରେ ବିଜେଡି ଟିକେଟରେ ବିଧାୟିକା ହୋଇଥିଲେ ସୁନନ୍ଦା । ତେବେ ୨୦୨୪ରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ ସୁନନ୍ଦା । ବିଶ୍ବରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ । ଜାତୀୟ ସ୍ତରୀୟ ସର୍ଭେରେ ସର୍ବଶ୍ରେଷ୍ଠ ବିଧାୟିକା ହେବା ସତ୍ତ୍ବେ ମଧ୍ୟ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ। ନିର୍ବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ବ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କହିଛନ୍ତି ସୁନନ୍ଦା  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe