କନକ ବ୍ୟୁରୋ: ପଦ୍ମ ଧରିବେ ବରୀର ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ବାବଦରେ ଆଲୋଚନା ବି ଶେଷ ହୋଇଛି । ଆସନ୍ତା ୩ ତାରିଖରେ ସେ ବିଜେପିରେ ମିଶିବେ । ଗତକାଲି ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା । ୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା। ତେବେ ୨୦୨୪ରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ ସୁନନ୍ଦା । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ। ନିର୍ବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ୱ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କହିଥିଲେ ସୁନନ୍ଦା । ଏହାପରେ ଆଜି ବିସ୍ଫୋରକ ବୟାନ ଦେଇଥିଲେ ସୁନନ୍ଦା ଦାସ । ସେ କହିଥିଲେ ବିଜେଡିକୁ ଅଫିସର ଚଳାଉଥିଲେ । କିଏ ଟିକେଟ ପାଇବେ ଅଫିସର ନିଷ୍ପତି ନେଉଥିଲେ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦୁଇ ସରକାରୀ ଅଫିସର ଡି.ଏସ କୁଟ୍ଟେ ଓ ଆଶିଷ ସିଂଙ୍କୁ କରିଥିଲେ ଟାର୍ଗେଟ । ଟିକେଟ ବଣ୍ଟନରେ ଏମାନଙ୍କ ଭୂମିକା ଥିବା ଦର୍ଶାଇଥିଲେ ସୁନନ୍ଦା । ଏପରିକି ବିଜେଡି ଆଗକୁ ଯଦୁବଂଶ ଭଳି ଧ୍ୱଂସ ହୋଇଯିବ ବୋଲି କହିବାକୁ ପଛାଇନଥିଲେ ସୁନନ୍ଦା । ଏପଟେ ସୁନନ୍ଦାଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ପଦ୍ମ ଧରିବେ ସୁନନ୍ଦା ଦାସ: ଆସନ୍ତା ୩ ତାରିଖରେ ବିଜେପିରେ ହେବେ ସାମିଲ
ପଦ୍ମ ଧରିବେ ବରୀର ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ବାବଦରେ ଆଲୋଚନା ବି ଶେଷ ହୋଇଛି ।