ବିଜେଡି ଗୁମର ଖୋଲିଦେଲେ ସୁନନ୍ଦା ଦାସ । କହିଲେ, ବବି ଦେଉଥିଲେ ଇସାରା, ନିଷ୍ପତି ନେଉଥିଲେ ଅଫିସର ।

ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଦଳରେ ଅଲୋଡା ହୋଇ ପଡିଥିବା ଦର୍ଶାଇ ଇସ୍ତଫା ଦେଇଥିଲେ ବି, ସୁନନ୍ଦା କନକ ନ୍ୟୁଜରେ ବିଜେଡି ଟିକେଟ ବଣ୍ଟାର ଗୁମର ଫିଟାଇଛନ୍ତି । ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସିଧାସଳଖ ଟାର୍ଗେଟ

SUNANDA DAS

କନକ ବ୍ୟୁରୋ: ବିଜେଡିକୁ ଅଫିସର ଚଳାଉଥିଲେ। ଆଉ କିଏ ଟିକେଟ ପାଇବେ, ସେନେଇ ଅଫିସର ହିଁ ନିଷ୍ପତି ନେଉଥିଲେ। ଦୀର୍ଘ ଦିନ ହେବ ଏହାକୁ ନେଇ ଚର୍ଚ୍ଚା ହୋଇଆସୁଛି। ଏଥିସହ କାହିଁକି ଦଳ ନିର୍ବାଚନରେ ହାରିଲା, ଦଳକୁ କିଏ ପରିଚାଳନା କରୁଥିଲା, ଏନେଇ ଆଲୋଚନା ଲାଗି ରହିଛି। ଏହାରି ଭିତରେ ଦଳ ଛାଡିବା ସହ ବିସ୍ଫୋରକ ବୟାନ ଦେଇ, ଗୁମର ଫିଟାଇଛନ୍ତି ସୁନନ୍ଦା।

  • ସୁନନ୍ଦାଙ୍କ ବିସ୍ଫୋରକ ବୟାନ
  • ‘ଅଫିସର ବାଣ୍ଟୁଥିଲେ ବିଜେଡି ଟିକେଟ୍’
  • ‘କୁଟ୍ଟେ, ଆଶିଷଙ୍କ ପାଖକୁ ପଠାଉଥିଲେ ବବି’

ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଦଳରେ ଅଲୋଡା ହୋଇ ପଡିଥିବା ଦର୍ଶାଇ ଇସ୍ତଫା ଦେଇଥିଲେ ବି, ସୁନନ୍ଦା କନକ ନ୍ୟୁଜରେ ବିଜେଡି ଟିକେଟ ବଣ୍ଟାର ଗୁମର ଫିଟାଇଛନ୍ତି । ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ନାଁ ନେଇଛନ୍ତି ସୁନନ୍ଦା। ଅସନ୍ତୋଷ ଝାଡି କହିଛନ୍ତି, ଟିକେଟ ପାଇଁ ଡିଏସ କୁଟ୍ଟେ ଓ ଆଶିଷ୍ ସିଂଙ୍କୁ ଦେଖା କରିବାକୁ କହିଥିଲେ ବବି। ସେ ମଧ୍ୟ ଉଭୟ ଅଧିକାରୀଙ୍କ ଦେଖା କରିଥିଲେ। ହେଲେ, ପରବର୍ତ୍ତୀ ସମୟରେ ତାଙ୍କ ଟିକେଟ କାଟି ଦିଆଯାଇଥିଲା। ଏଥିସହ ବିଧାୟକ ଓ ବିଧାୟିକାଙ୍କ ରିପୋର୍ଟ ଆଇଆଇସି ଓ ଏସପି ଦେଉଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନନ୍ଦା।  

ଖାଲି ସେତିକି ନୁହେଁ, ବବି ଦାସଙ୍କ ଉପରେ ବର୍ଷିବା ସହ ତାଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁନନ୍ଦା। ବବି ଦାସ ଯଦି ଏତେ ଦକ୍ଷ ଥିଲେ, ତା ହେଲେ ତାଙ୍କ ମାଆ କେମିତି ହାରିଲେ? ଯାଜପୁରର ଅନ୍ୟ ଆସନରେ ବିଜେଡି କେମିତି ହାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳୀୟ ନିଷ୍ପତି ନବୀନ ନେଉନାହାନ୍ତି ଏକ କୋର ଗ୍ରୁପ୍ ସବୁକିଛି କରୁଥିବାରୁ ଦଳ ହାରିଲା ବୋଲି ସେ କହିଛନ୍ତି। କୋର ଗ୍ରୁପରେ ବବି ଓ ପାଣ୍ଡିଆନ ରହିଥିଲେ। ଭୁଲ କ୍ୟାଣ୍ଡିଡେଟ ଓ ମନ ଇଛା ଟିକେଟ୍ ବଣ୍ଟନ ଯୋଗୁଁ ଦଳ ହାରିଲା। ଏପରିକି ଯଦୁ ବଂଶ ଧ୍ବଂସ ପାଇବା ଭଳି ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି।

ଅନ୍ୟପଟେ ଏ ସମ୍ପର୍କରେ ଜବାବ ରଖି ବରୀ ବିଜେଡି ବିଧାୟକ ବିଶ୍ବ ମଲ୍ଳିକ କହିଛନ୍ତି, ସେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ। ସେ ବିଜେଡି ଛାଡିଲେ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତେବେ କିଛି ଦିନ ତଳେ ଯାଜପୁରର ବରିଷ୍ଠ ନେତା ଅମର ଶତପଥୀ ଦଳ ଛାଡିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଦଳ କାହିଁକି ହାରିଲା ନବୀନ ପଟ୍ଟନାୟକ ସାମନାକୁ ଆସି ଉତ୍ତର ଦିଅନ୍ତୁ ବୋଲି କହିଥିଲେ। ଆଉ ଏବେ ସୁନନ୍ଦା ଦଳର ଗୁମର ଖୋଲିବା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛନ୍ତି। ଅନ୍ୟପଟେ ସୁନନ୍ଦା ଖୁବଶୀଘ୍ର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe