ମାଘ ମାସରୁ ବାଧିଲାଣି ତାତି ; ଏବେଠୁ ଗାଏବ ହେଲାଣି ଶୀତ

ମାଘ ମାସରେ ଗ୍ରୀଷ୍ମ ତାତି । ରାଜ୍ୟରୁ ଗାଏବ୍ ହୋଇଗଲାଣି ଶୀତ । ଜାନୁଆରୀରୁ ଦାଉ ଦେଖାଇଲାଣି ତାତି । ବିଭିନ୍ନ ସ୍ଥାନରେ ବଢିଛି ପାରଦ । ତାଉ ଦେଖାଇଲାଣି ତାତି 

heat-

heat- Photograph: (kanaknews)

କନକ ବ୍ୟୁରୋ: ମାଘ ମାସରେ ଗ୍ରୀଷ୍ମ ତାତି । ରାଜ୍ୟରୁ ଏବେଠୁ ଗାଏବ୍ ହୋଇଗଲାଣି ଶୀତ । ଏବର୍ଷ ଜାନୁଆରୀରୁ ଅନୁଭବ ହେଲାଣି ଖରା ତାତି । ବିଭିନ୍ନ ସ୍ଥାନରେ ବଢିଛି ପାରଦ । 

ଗତ ୨୪ ଘଣ୍ଟା ଭିତରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଛି। ରାଉରକେଲା, ଦାରିଙ୍ଗବାଡି, କୋରାପୁଟରେ ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିଛି ସହରରେ ତାପମାତ୍ରା ଗତ ୨୪ ଘଣ୍ଟାରେ ବୃଦ୍ଧି ପାଇଛି । ଚାନ୍ଦବାଲିରେ ପୂର୍ବ ପାରଦଠାରୁ ୪ ଡିଗ୍ରୀ ବଢିଛି ପାରଦ । ସେହିପରି ପାରାଦୀପରେ ୨.୮ ଡିଗ୍ରୀ, ଭୁବନେଶ୍ବରରେ ୨.୨ ଡିଗ୍ରୀ, କଟକରେ ୧.୩ ଡିଗ୍ରୀ ପାରଦ ବଢିଛି । ମୋଟାମୋଟି କହିବାକୁ ଗଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା, କମିଛି ଶୀତ । ମାଘ ମାସରେ ବାଘ ଭଳି ଶୀତ ହେବା କଥା  । କିନ୍ତୁ ଏବେଠୁ ଖରା ତାତି ଦେହକୁ କାଟୁଛି । ଆଗକୁ ବୈଶାଖ ମାସରେ ଖରା କେତେ ପ୍ରଚଣ୍ଡ ହେବା ତାହା ଏବେଠୁ ଅନୁମାନ କରାଯାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe