କନକ ବ୍ୟୁରୋ : ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ । ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ସୁଲତା ଦେଓ । ପାଣ୍ଡିଆନଙ୍କ ଆଶୀର୍ବାଦରୁ ଦେବାଶିଷ ରାଜ୍ୟସଭା ଯାଇଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ୱାକଫ୍ ବିଲ ବିବାଦକୁ ନେଇ ବିଜେଡି ଏବେ ଦିଫାଳ ହୋଇଯାଇଛି । ଏଭଳି ସ୍ଥିତିରେ ନବୀନ ଦୋଛକିରେ ପଡିଥିବାବେଳେ ଦଳୀୟ ନେତାଙ୍କୁ ମନାଇବା ପରିବର୍ତ୍ତେ ତୁଣ୍ଡରେ ତାଲା ଦେବାକୁ ନବୀନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।
ତେବେ ଏଭଳି କରି କାହାକୁ ସୁରକ୍ଷା ଦେଉଛନ୍ତି ନବୀନ? ଆଗକୁ ଏହା ବିଜେଡି ପାଇଁ ବୁମେରାଂ ହେବନି ତ । ଏହାକୁ ନେଇ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । ୱାକ ଅଫ୍ ବିଲ ସମର୍ଥନରେ ବିଜେଡିର କିଛି ସାଂସଦ ଭୋଟ ଦେବା ପରେ ଦଳର ବରିଷ୍ଠ ନେତାଙ୍କୁ ଚିନ୍ତା ଘାରିଛି । ବିଶେଷକରି ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ମୁସଲିମ ଭୋଟ ଅଧିକ ରହିଛି, ସେଠାରେ ବିଜେଡି ନେତାଙ୍କ ଟେନସନ୍ ବଢ଼ି ଯାଇଛି ।
ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ : ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ସୁଲତା ଦେଓ
ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ । ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରି ସାଂସଦ ଦେବାଷିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ସୁଲତା ଦେଓ ।
/kanak/media/media_files/2025/04/09/tIPip14GfOhrLQvDCgFo.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)