କହୁ କହୁ କହିଦେଲେ ସୁଲତା : ବିବେକ ଅନୁସାରେ ଭୋଟ୍‌ ଦେବାକୁ ନବୀନଙ୍କ ନିର୍ଦ୍ଦେଶ ଥିଲା

Advertisment

ପ୍ରଥମେ ୱାକଫ୍‌କୁ ବିରୋଧ କରିବାକୁ କହିଥିଲେ, ହେଲେ ଶେଷରେ କେମିତି ସମର୍ଥନ ଦେଲେ ସେନେଇ ଚର୍ଚ୍ଚା ହେଉଛି

ପ୍ରଥମେ ୱାକଫ୍‌କୁ ବିରୋଧ କରିବାକୁ କହିଥିଲେ, ହେଲେ ଶେଷରେ କେମିତି ସମର୍ଥନ ଦେଲେ ସେନେଇ ଚର୍ଚ୍ଚା ହେଉଛି

Sulata On Naveen

Sulata On Naveen Photograph: (kanak News)

କନକ ବ୍ୟୁରୋ: ୱାକଫ୍‌ ବିଲ୍‌କୁ ନେଇ ପୂରା ରାଜ୍ୟ ଉଠୁଛି ପଡୁଛି । ବିଜେଡିର ସାଂସଦମାନେ କାହାକୁ ଭୋଟ୍‌ ଦେଇଛନ୍ତି ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ପ୍ରଥମ ଦିନରୁ ହିଁ ସସ୍ମିତ କହିଛନ୍ତି ସେ ବିଲ୍‌କୁ ସମର୍ଥନ ଦେଇଛନ୍ତି । ଯଦି ସସ୍ମିତ ସମର୍ଥନ ଦେଇଛନ୍ତି ତେବେ ଅନ୍ୟମାନେ ସମର୍ଥନରେ ଭୋଟ୍‌ ଦେଇଛନ୍ତି ନା ବିରୋଧରେ ଦେଇଛନ୍ତି ସେନେଇ ଅନେକ ଚର୍ଚ୍ଚା ହେଉଛି । ଅବଶ୍ୟ ସାଂସଦ ମୁନା ଖାଁ ବିଲ୍‌ ବିରୋଧରେ ଭୋଟ୍‌ ଦେଇଛନ୍ତି ଏବଂ ଦେବାଶିଷ ଆଦୌ ଭୋଟ୍‌ ଦେଇନଥିବା ସେ କହିଛନ୍ତି । ବାକି ଯେଉଁ ସାଂସଦ ରହିଲେ ସେମାନଙ୍କୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ସ୍ପଷ୍ଟ କରିଛନ୍ତି ବିବେକ ଅନୁସାରେ ଭୋଟ୍‌ ଦେଇଛୁ । ଏମିତି କରିବା ପାଇଁ କାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଥିଲା ।

ୱାକଫ୍‌କୁ ବିରୋଧ କରିବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ
ସମର୍ଥନ ଦେବାକୁ ପୁଣି କାହିଁକି କହିଲେ ?
ବିଜେପି ଚାପରେ ନବୀନ ଚେପା କି ? 

ବିଜେଡି  ନିଷ୍ପତ୍ତି ନେଇଥିଲା କି, ୱାକଫ୍ ବିଲ୍‌କୁ ରାଜ୍ୟସଭାରେ ବିରୋଧ କରାଯିବ । ଯଦି ବିରୋଧ କରିବାର ଥିଲା, ତାହେଲେ ସମର୍ଥନ ଦେଲା କେମିତି ? ଯଦି ସମର୍ଥନ ଦେବାରେ ଥିଲା ତାହେଲେ ଦଳର ଅନ୍ୟ ନେତାଙ୍କୁ ଏନେଇ କାହିଁକି ଅବଗତ କରାଗଲା ନାହିଁ ? ଦଳୀୟ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ କରିବାକୁ କାହିଁକି ପ୍ଲାନ୍‌ ହୋଇଥିଲା ? ଗଣମାଧ୍ୟମକୁ ଏନେଇ କାହିଁକି ସୂଚନା ଦିଆଯାଇନଥିଲା ? ଏମିତି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । 

କହୁ କହୁ କହିଦେଲେ ସୁଲତା
ବିବେକ ଅନୁସାରେ ଭୋଟ୍‌ ଦେବାକୁ କହିଥିଲେ ନବୀନ

ଚର୍ଚ୍ଚାରେ ବିଜେଡି ସୁପ୍ରିମୋ । ପ୍ରଥମେ ୱାକଫ୍‌କୁ ବିରୋଧ କରିବାକୁ କହିଥିଲେ, ହେଲେ ଶେଷରେ କେମିତି ସମର୍ଥନ ଦେଲେ ସେନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି ଏନଡିଏ ଚାପରେ ନବୀନ ଏମିତି ନିର୍ଦ୍ଦେଶ ଦେଇଥାଇପାରନ୍ତି । ହେଲେ ସମସ୍ତ ସାଂସଦକୁ ଏନେଇ ନିର୍ଦ୍ଦେଶ ଥିଲା ନା କିଛି ସୀମିତ ସାଂସଦକୁ ଥିଲା ସେନେଇ ବି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କାରଣ ଦେବାଶିଷ ସ୍ପଷ୍ଟ କରିଥିଲେ ବିବେକ ଅନୁସାରେ ଭୋଟ୍‌ ଦେବାକୁ କୌଣସି ନିର୍ଦ୍ଦେଶ ନଥିଲା । ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି କି, ବିଜେଡିରେ ନିଷ୍ପତ୍ତି କ'ଣ ହେଉଛି ସେନେଇ ନେତା ବି ଜାଣୁନାହାନ୍ତି । ଅବଶ୍ୟ ସୁଲତା ସ୍ପଷ୍ଟ କରିଛନ୍ତି କି, ସେ କାହାକୁ ଭୋଟ୍‌ ଦେଇଛନ୍ତି କହିବେ ନାହିଁ । ହେଲେ ବିବେକ ଅନୁସାରେ ଭୋଟ୍‌ ଦେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe