କନକ ବ୍ୟୁରୋ : ସସ୍ମିତ ପାତ୍ରଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ । କହିଲେ,ୱାକଫ୍ ବିଲକୁ ବିବେକାନୁମୋଦିତ ଭୋଟିଂ ପାଇଁ କହିଥିଲେ ନବୀନ । ସବୁ ଜାଣିବା ପରେ ମଧ୍ୟ ମୁନା ଖାଁ ଆରୋପ ଲଗାଇଲେ । ଜାଣିଶୁଣି ଏଭଳି ଅଭିଯୋଗ ଆଣିଥିବା କହିଲେ ସୁଲତା । ସୋସିଆଲ ମିଡିଆରେ ନବୀନ କହୁଥିବାର ଭିଡିଓ ବି କଲେ ସେୟାର ।
ସସ୍ମିତ ପାତ୍ର ୱାକଫ୍ ବିଲ୍କୁ ସମର୍ଥନ ଦେବା ପରେ,ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ବିଜେଡି ଦଳ ଭିତରେ ଆରୋପ ପ୍ରତ୍ୟରୋପ ଏବେ ପର୍ଯ୍ୟନ୍ତ ଲାଗି ରହିଛି । କିଛି ନେତା ସମ୍ମିତଙ୍କୁ ବିରୋଧ କରୁଥିବାବେଳେ ଆଉ କିଛି ନେତା ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ଶେଷରେ ସୁଲତା ଦେଓ ଖୋଲାଖୋଲି ଭାବରେ ସସ୍ମିତଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ନବୀନଙ୍କ ଭିଡିଓ ସେୟାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/13/EqCLvI12U83WbBYAs3OA.jpg)