ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ବରେ ଯିବେ ସୁଜିତ୍ କୁମାର । ଆଜି ଥିଲା ନାମାଙ୍କନର ଶେଷ ତାରିଖ, ଏକମାତ୍ର ପ୍ରାର୍ଥୀ ଭାବେ ସୁଜିତ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର ।

ଅଦ୍ୟତନ ହୋଇଛି
222222

କନକ ବ୍ୟୁରୋ: ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ବରେ ଯିବେ ସୁଜିତ୍ କୁମାର । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁଜିତ କୁମାର । ରାଜ୍ୟସଭା ନିର୍ବାଚନ ନେଇ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ସୁଜିତ୍ କୁମାର ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି । ତେବେ ସୁଜିତ୍‌ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ । ଦଳ ବଦଳାଇ ଏବେ ପୁଣି ରାଜ୍ୟସଭା ଯିବେ ସୁଜିତ କୁମାର । ବିଜେଡିରୁ ଇସ୍ତଫା ପରେ ବିଜେପିରୁ ଗତକାଲି ସେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ରାଜ୍ୟସଭା ପାଇଁ ଗୋଟିଏ ଆସନ ଖାଲିଥିଲା । ଆଉ ମମତା ମହନ୍ତଙ୍କ ଫର୍ମୁଲାରେ ବିଜେପି ସୁଜିତଙ୍କ ନାଁ ଉପରେ ମୋହର ମାରିବା ଏକପ୍ରକାର ନିଶ୍ଚିତ ଥିଲା । ପୂର୍ବରୁ ମମତା ମହନ୍ତଙ୍କୁ ବିଜେପି ରାଜ୍ୟସଭାକୁ ପଠାଇସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe