୧୭ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ସୁଜିତ୍‍ ପଣ୍ଡା । ୩ ଜଣଙ୍କୁ ବେଷ୍ଟସେଲର୍‍ ପୁରସ୍କାର ।

‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବ କଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ । ୪୫ ବର୍ଷ ବୟସସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ଓ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇଥାଏ।

49 tm

କନକ ବ୍ୟୁରୋ: ‘ଟାଇମପାସ୍‍’ ପ୍ରକାଶନ ସଂସ୍ଥା ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୭ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବ କଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ । ୪୫ ବର୍ଷ ବୟସସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ଓ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇଥାଏ।

ପୂର୍ବରୁ ଏହି ପୁରସ୍କାର ଲାଭ କରିଥିବା ସାରଦା ପ୍ରସାଦ ମିଶ୍ର, ସତ୍ୟପ୍ରିୟ ମହାଳିକ, ମମତାମୟୀ ଚୌଧୁରୀ, ତପନ ମହାପାତ୍ର, ଅମରେଶ ବିଶ୍ୱାଳ, ହିରଣ୍ମୟୀ ମିଶ୍ର, ଆଦିତେଶ୍ୱର ମିଶ୍ର, ରମାକାନ୍ତ ସାମନ୍ତରାୟ, ବାଦଲ ମହାନ୍ତି, ଶକ୍ତି ମହାନ୍ତି, ଆଶିଷ ଗଡ଼ନାୟକ, ସ୍ୱାଗତିକା ସ୍ୱାଇଁ, ରାଜେନ୍ଦ୍ର କୁମାର ରାଉଳ, ସୃଷ୍ଟିଶ୍ରୀ ନାଏକ, ଅମିୟ ବେଜ୍‍, ମହାଶ୍ୱେତା ସାହୁ ପ୍ରମୁଖ କଥାକାରମାନେ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟକୁ ବହୁଭାବେ ରୁଦ୍ଧିମନ୍ତ କରିଛନ୍ତି ।

ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ଗଳ୍ପ ବିଭାଗରେ ଚିରଶ୍ରୀ ଇନ୍ଦ୍ରସିଂଙ୍କ ‘ନାଭିସୂତ୍ର’, କବିତା ବିଭାଗରେ ଇଂ. ସରୋଜ ମହାପାତ୍ରଙ୍କ ‘ମାର୍ଫତ୍‍ରେ ମୁଁ’ ଏବଂ ଉପନ୍ୟାସରେ ଅନୀଲ କୁମାର ପାଢ଼ୀଙ୍କ ‘ଆଦିମୂଳ’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି। ଓଡ଼ିଆ ପୁସ୍ତକର ପ୍ରଚାରପ୍ରସାର ପାଇଁ ନିସ୍ୱାର୍ଥ ଭାବେ କାର୍ୟ୍ୟ କରୁଥିବା ବିକାଶ ଶତପଥୀଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ।

ଡିସେମ୍ବର ୨୧ ଓ ୨୨ ତାରିଖରେ ଟାଇମପାସ ଦ୍ୱାରା ଆୟୋଜିତ ପଞ୍ଚମ ‘ଉତ୍ସାହିତ’ ଉତ୍ସବରେ ଉପରୋକ୍ତ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ। ଏଥିସହିତ ୧୦ଜଣଙ୍କୁ ‘ପ୍ରଥମା’ ଓ ୩୦ଜଣ ତରୁଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe