କନକ ବ୍ୟୁରୋ: ମମତା ମହନ୍ତଙ୍କ ରାସ୍ତାରେ ସୁଜିତ୍ କୁମାର । ବିଜେଡି ସାଂସଦ ଥିବା ସୁଜିତ୍ କୁମାର ଶୁକ୍ରବାର ସାଂସଦ ପଦରୁ ଇସ୍ତଫା ଦେବା ପରେ, ଆଜି ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ସାଂସଦ ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାମ ପାଇଁ ସେ ଦଳରୁ ବହିଷ୍କୃତ ହେଇଛନ୍ତି । ହେଲେ ଚର୍ଚ୍ଚା ମୁତାବକ, ଆଜି ଦିନ ସାଢେ ୧ଟା ସୁଦ୍ଧା ସେ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ୟ୍ୟାଳୟରେ ପଦ୍ମ ଧରିପାରନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟସଭା ସାଂସଦ ଥିବା ସୁଜିତ୍ କୁମାରଙ୍କ କାର୍ୟ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ପର୍ୟ୍ୟନ୍ତ ରହିଥିଲା । ହେଲେ ଏହା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପରେ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତେବେ ମମତା ମହନ୍ତଙ୍କ ପରେ ବିଜେଡିର ଦ୍ୱିତୀୟ ସାଂସଦ ଭାବେ ସୁଜିତ୍ କୁମାର ସାଂସଦ ପଦ ଛାଡିଛନ୍ତି । ଆଉ ଖୁବଶୀଘ୍ର ସେ ବିଜେପିରେ ସାମିଲ ହେଇପାରନ୍ତି ।