ପଦ୍ମ ଧରିଲେ ସୁଜିତ କୁମାର ; ଆଜି ରାଜ୍ୟସଭାରୁ ଦେଇଥିଲେ ଇସ୍ତଫା

ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ମିଶିଲେ ସୁଜିତ କୁମାର । ଆଜି ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।

sujit-----------

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ମିଶିଲେ ସୁଜିତ କୁମାର । ଆଜି ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।

ସୂଚନା ମୁତାବକ,  ରାଜ୍ୟସଭା ବିଜେଡି ସାଂସଦ ଥିବା ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ଯାଏଁ ଥିଲା । କିନ୍ତୁ ଏହା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପରେ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତେବେ ମମତା ମହନ୍ତଙ୍କ ପରେ ବିଜେଡିର ଦ୍ୱିତୀୟ ସାଂସଦ ଭାବେ ସୁଜିତ୍ କୁମାର ସାଂସଦ ପଦ ଛାଡିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe