ଆଗୁଆ ଚାକିରି ଛାଡିଦେଲେ ସୁଜାତା କାର୍ତ୍ତିକେୟନ୍ ; ଛୁଟି ନମିଳିବାରୁ ଭିଆରଏସ୍ ନେଇଥିବା ଚର୍ଚ୍ଚା

ସ୍ବାମୀ ଭି.କେ. ପାଣ୍ଡିଆନଙ୍କ ରାସ୍ତାରେ ସୁଜାତା କାର୍ତ୍ତିକେୟନ । ଆଗୁଆ ଛାଡିଲେ ଚାକିରି । ଛୁଟି ନମିଳିବାରୁ ଭିଆରଏସ ନେଇଥିବା ଚର୍ଚ୍ଚା । ସେପଟେ ନିକୁଞ୍ଜ ଧଳ କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ ଆଲୋଚନା । ଧାଡିରେ ଆଉ ୨ ବରିଷ୍ଠ ଆଇଏଏସ ଥିବା ସୂଚନା । 

sujata  kartikeyan

sujata kartikeyan Photograph: (KanakNews)

କନକ ବ୍ୟୁରୋ: ଚାକିରି ଛାଡ଼ିଲେ ସୁଜାତା । ଆବେଦନକୁ କେନ୍ଦ୍ରର ମଞ୍ଜୁରି  । ବିଜେଡି ସରକାର ସମୟରେ ରାଜ୍ୟର ସବୁଠୁ ପାୱାରଫୁଲ ମହିଳା ଥିବା IAS ସୁଜାତା କାର୍ତ୍ତିକେୟନ ସ୍ବାମୀ ଭି.କେ.ପାଣ୍ଡିଆନଙ୍କ ଭଳି ଆଗୁଆ ଚାକିରି ଛାଡିଛନ୍ତି । ୧୫ଦିନ ତଳେ କେନ୍ଦ୍ର ନିକଟରେ ଭିଆରଏସ ପାଇଁ ସୁଜାତା ଆବେଦନ କରିଥିଲେ । ତାଙ୍କ ଆବେଦନକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଥିବା ସୁଜାତା କାହିଁକି ଚାକିରି ଛାଡିଲେ ତାହା ଏବେ ଆଲୋଚନାର ବିଷୟ ହୋଇଛି । 

ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ୬ମାସ ଛୁଟିରେ ଯାଇଥିଲେ ସୁଜାତା । ନିଜ ଝିଅର ପରୀକ୍ଷା ଥିବା ଦର୍ଶାଇ ଛୁଟିରେ ଯାଇଥିଲେ । ଛୁଟିରେ ଫେରିବା ପରେ ଛୁଟି ବଢ଼ାଇବାକୁ ଆବେଦନ କରିଥିଲେ। ସୁଜାତା ଚାକିରି ଛାଡିବା ପରେ ରାଜନୈତିକ ବୟାନବାଜି ତେଜିଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଦାୟିତ୍ୱରେ ଥିବା ନିକୁଞ୍ଜ ଧଳ ନିକଟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ,  ଦକ୍ଷ IAS ଅଫିସରଙ୍କୁ ଡେପୁଟେସନରେ ନେବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଯଦି ନିକୁଞ୍ଜ ଧଳ ଡେପୁଟେସନ୍‌ରେ ଯାଆନ୍ତି, ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ତା ଉପରେ ସମସ୍ତଙ୍କ ନଜର ରହିଛି। ଏହାପରେ ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣା ଓ ଅନୁ ଗର୍ଗ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe