ଏନକାଉଣ୍ଟରେ ପରେ ଛାନିଆ ମାଓବାଦୀ ; ଭୟରେ ଆତ୍ମସମର୍ପଣ କଲେ ଟପ୍ ମାଓନେତ୍ରୀ ସୁଜାତା

ଓଡିଶା-ଛତିଶଗଡ଼  ସୀମାରେ ଏନକାଉଣ୍ଟରେ ପରେ ଛାନିଆ ମାଓବାଦୀ  । ଟଳିଲେଣି ୩ ଜଣ ଓଡିଶା କମିଟିର ଆଗ ଧାଡିର ମାଓ ନେତା । ବଡ ପ୍ରଶ୍ନ, ମୂଳପୋଛ ହେବ କି ମାଓବାଦୀଙ୍କ ଓଡିଶା ରାଜ୍ୟ କମିଟି, ସେପଟେ ଭୟରେ ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଦେଶର ଟପ୍  ମାଓନେତ୍ରୀ  ।

49

କନକ ବ୍ୟୁରୋ: ଗରିଆବନ୍ଧ ଏନକାଉଣ୍ଟର ପରେ କଣ ହବ ମାଓବାଦୀଙ୍କ ଓଡିଶା ଷ୍ଟେଟ୍ କମିଟିର ଭାଗ୍ୟ । କାରଣ ଓଡିଶା ରାଜ୍ୟ କମିଟିର ମୁଖ୍ୟ ମୋଡେମ୍ ବାଲକ୍ରିଷ୍ଣାଙ୍କ ସହ ୩ ଜଣ ଓଡିଶା କମିଟିର ଆଗ ଧାଡିର ମାଓ ନେତା ଏହି ଗୁଳିବିନିମୟରେ ଟଳି ପଡ଼ିଛନ୍ତି । ଏନକାଉଣ୍ଟର ଭୟରେ ସର୍ବୋଚ୍ଚ ମହିଳା ମାଓ ନେତ୍ରୀ ସିସିଏମ୍ ସୁଜାତା ଆଦି ତେଲେଙ୍ଗାନା ପୁଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । 

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ଭାଲୁଡିଗ୍ଗି ଜଙ୍ଗଲରେ ଓଡିଶା ରାଜ୍ୟ କମିଟିର ସଦସ୍ୟ ତଥା ଟପ୍ ମାଓନେତା ଜୟରାମ ରେଡ୍ଡି ଓରଫ ଚେଲାପତି ଙ୍କ ସମେତ ୧୪ ମାଓବାଦୀଙ୍କୁ ନିପାତ କରିଥିଲେ ଛତିଶଗଡ ପୁଲିସର ଯବାନ ।  ଆଉ ଗତ ଗୁରୁବାର ପୁଣି ସେଇ ମେନପୁର ଭାଲୁଡିଗ୍ଗି ନିକଟସ୍ଥ ମଟାଲ ଜଙ୍ଗଲରେ ଓଡିଶା ଷ୍ଟେଟ୍ କମିଟି ସଚିବ ମୋଡେମ ବାଲକ୍ରୀଷ୍ଣା ଙ୍କ ସମେତ ୧୦ମାଓବାଦୀ ନିପାତ ହୋଇଛନ୍ତି । ଜଣକ ପରେ ଜଣେ ଟପ ମାଓନେତାଙ୍କ ମୃତ୍ୟୁରେ ଓଡିଶା ସଙ୍ଗଠନ ଏକ ପ୍ରକାର ଧାରାଶାୟୀ ହୋଇ ପଡିଛି । 

ଚେଲାପତି ଓ ବାଲାକ୍ରିଷ୍ଣାଙ୍କ ମୃତ୍ୟୁ ପରେ ଗଣେଶ ଉଇକେ ଏକ ମାତ୍ର ସଚିବ ଭାବେ କାମ କରୁଛନ୍ତି । ଏବେ ସେ ଆତ୍ମଗୋପନ କରି ଥିବା ଜଣା ପଡିଛି । ସେହିପରି ୭ ଜଣ ରାଜ୍ୟ କମିଟି ସଦସ୍ୟଙ୍କ ମଧ୍ୟରୁ ପ୍ରମୋଦ ଏବଂ ବିମଲଙ୍କ ସମେତ ୪ଜଣଙ୍କ ମୃତ୍ୟୁ ପରେ ଅଛନ୍ତି ମାତ୍ର ୩ ଜଣ । ଆଉ ସ୍ୱତନ୍ତ୍ର ଜୋନାଲ କମିଟି ତାଲିକା ଏବେ ୧ରେ ସୀମିତ ହୋଇ ଯାଇଛି । ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି ଦେଶର ସର୍ବୋଚ୍ଚ ମହିଳା ମାଓ ନେତ୍ରୀ ସିସିଏମ୍ ସୁଜାତା । ସୁଜାତା ହେଉଛନ୍ତି ଟପ୍ ମାଓନେତା କିଶନଜୀଙ୍କ ପତ୍ନୀ । ଏହା ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ସ୍ପଷ୍ଟ ସୂଚନା ଦେଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe