କନକ ବ୍ୟୁରୋ : ଭି.କେ ପାଣ୍ଡିଆନଙ୍କ ପତ୍ନୀ ତଥା କ୍ଷମତା କେନ୍ଦ୍ରର ଏକଦା ପ୍ରଭାବଶାଳୀ ଥିବା ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନକୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା । ସୁଜାତା ଲୋକସେବା ଭବନରେ କେଉଁଠି ବସିବେ ? ଗୁରୁତ୍ୱପୂଣ୍ଣ ନା ଗୌଣ ବିଭାଗ ମିଳବ ? ଏଭଳି ପୁଳା ପୁଳା ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଟୁପର ଟାପୁର ଚାଲିଛି । କାରଣ ଆସନ୍ତା କାଲି ସରିବାକୁ ଯାଉଛି ସୁଜାତାଙ୍କ ଛୁଟି ଅବଧି । ମେ' ୩୧ରୁ ନଭେମ୍ୱର ୨୬ ତାରିଖ ପର୍ଯ୍ୟନ୍ତ ଛଅ ମାସ ପାଇଁ ଛୁଟି ଆବେଦନ କରିଥିଲେ ସୁଜାତା ।
ତତ୍କାଳିନ ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ସର୍ବେସର୍ବା ଥିଲେ । ୨୦୨୪ ନର୍ବାଚନ ସମୟରେ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା । ହେଲେ ଛଅ ମାସ ଛୁଟି ପରେ କଣ କରିବେ ସୁଜାତା । କୁହାଯାଉଛି, ସୁଜାତାଙ୍କ ପାଖରେ ଏହି ସବୁ ଅପସନ ରହିଛି
୧. ଛୁଟି ଅବଧି ଆଉ କିଛି ମାସ ବଢିବା ପାଇଁ ଆବେଦନ କରିପାରନ୍ତି
୨. କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି
୩. କିମ୍ୱା ସ୍ୱାମୀଙ୍କ ଭଳି ଭିଆରଏସ ଆବେଦନ କରିପାରନ୍ତି
୨୦୨୪ ନିର୍ବାଚନ ସମୟରେ ସୁଜାତଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣି ନିର୍ବାଚନ କମିଶନ ପାଖରେ ଫେରାଦ ହୋଇଥିଲା ସେତବେଳର ବିରୋଧୀ ଦଳ ବିଜେପି । କ୍ଷମତାର ଅପବ୍ୟବହାର କରି ବିଜେଡି ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଥିଲା । ଭାରତୀୟ ପ୍ରାଶାସନିକ ସେବାର ଉଲଘଂନ କରୁଛନ୍ତି ବୋଲି ଦର୍ଶାଇଥିଲା । ତେବେ ଯେଉଁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣୁଥିଲା ବିଜେପି, ସେହି ସଚିବଙ୍କୁ କେଉଁ ଦାୟିତ୍ୱ ଦେବ ? ତା ଉପରେ ସାରା ଓଡିଶାର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/noLLEomrUtBSFKSKU4eD.jpg)