ଛଅ ମାସ ପରେ ଛୁଟିରୁ ଫେରିଲେ ସୁଜାତା: ବଢୁଛି ଚର୍ଚ୍ଚା, ନୂଆ ସରକାରରେ ମିଳିବ କେଉଁ ଦାୟିତ୍ୱ?

Advertisment

ଅତିରିକ୍ତ ୬ ମାସର ଛୁଟି ଆବେଦନକୁ ମୋହନ ସରକାର ଖାରଜ  କରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ। ପୂର୍ବ ସରକାରରେ କ୍ଷମତାଶାଳୀ ଥିବା ଏହି ଅଫିସରଙ୍କୁ ନୂଆ ସରକାରରେ କେଉଁ ଦାୟିତ୍ୱ ମିଳିବ?

ଅତିରିକ୍ତ ୬ ମାସର ଛୁଟି ଆବେଦନକୁ ମୋହନ ସରକାର ଖାରଜ  କରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ। ପୂର୍ବ ସରକାରରେ କ୍ଷମତାଶାଳୀ ଥିବା ଏହି ଅଫିସରଙ୍କୁ ନୂଆ ସରକାରରେ କେଉଁ ଦାୟିତ୍ୱ ମିଳିବ?

efef

କନକ ବ୍ୟୁରୋ: ଅତିରିକ୍ତ ୬ ମାସର ଛୁଟି ଆବେଦନକୁ ମୋହନ ସରକାର ଖାରଜ  କରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ। ପୂର୍ବ ସରକାରରେ କ୍ଷମତାଶାଳୀ ଥିବା ଏହି ଅଫିସରଙ୍କୁ ନୂଆ ସରକାରରେ କେଉଁ ଦାୟିତ୍ୱ ମିଳିବ? ନା ଅନ୍ୟ ପାୱାରଫୁଲ ଅଫିସରଙ୍କ ଭଳି ସମଦଶା ଭୋଗିବା ସହ ଲୋକସେବା ଭବନରୁ ଆଉଟ ହେବେ ସୁଜାତା। 

ଆଇଏଏସ ସୁଜାତା ଆର କାର୍ତ୍ତିକେୟନ। ଅତିରିକ୍ତି ୬ ମାସ ଛୁଟି ଆବେଦନକୁ ମୋହନ ସରକାର ଅଗ୍ରାହ୍ୟ କରିବା ପରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା। କିନ୍ତୁ ଲୋକସେବା ଭବନରେ ସୁଜାତାଙ୍କୁ ଆଉ କେତେଦିନ ଦେଖିବାକୁ ମିଳିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ପୂର୍ବ ସରକାରରେ କ୍ଷମତାକେନ୍ଦ୍ରର ଅତି ନିକଟତର ଥିବା ସୁଜାତାଙ୍କ ନାଁରେ ନିର୍ବାଚନ ସମୟରେ ବିରୋଧୀ ବିଜେପି ସର୍ଭିସ ରୁଲର ଉଲ୍ଲଂଘନ ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲା। ଯେଉଁଥିପାଇଁ ରାତାରାତି ମିଶନ ଶକ୍ତି ବିଭାଗରୁ ଆଉଟ ହୋଇଥିଲେ ସୁଜାତା। ଏବେ ସମୟକ୍ରମେ ସରକାରକୁ ଆସିଛି ବିଜେପି। ତେଣୁ ସୁଜାତାଙ୍କୁ ନେଇ ନୂଆ ସରକାରଙ୍କ ଆଭିମୁଖ୍ୟ କଣ ରହିବ ତାହା ଏବେ ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ। 

ପୂର୍ବ ସରକାରରେ ପ୍ରଭାବଶାଳୀ ଥିବା ଅଫିସରଙ୍କର ନୂଆ ସରକାରରେ ପକ୍ଷଛେଦନ ହୋଇଛି। ବିଜେଡି ସରକାରରେ ତୃତୀୟ ମହଲାର ଗୁଡ ବୁକରେ ଥିବା ଅଫିସରଙ୍କୁ ମୋହନ ସରକାରରେ ଲୋକସେବା ଭବନରୁ ଆଉଟ ହୋଇଛନ୍ତି। ଯେଉଁ ତାଲିକାରେ ଭିନିଲ କ୍ରିଷ୍ଣା, ରୂପା ରୋଶନ ସାହୁ, ଜି ମାଥିଭାଥନନଙ୍କ ଭଳି ଅଫିସର ରହିଛନ୍ତି। ସେହିଭଳି ଆଇପିଏସ ଡିଏସ କୁଟ୍ଟେ, ଆଶିଷ ସିଂଙ୍କୁ ବିଜେଡି ପ୍ରେମ ମହଙ୍ଗା ପଡିଛି। ପ୍ରଶ୍ନ ଉଠୁଛି ଏବେ, ସୁଜାତାଙ୍କୁ ମଧ୍ୟ ସମାନ ଢଙ୍ଗରେ ଲୋକସେବା ଭବନରୁ ଆଉଟ କରିବ କି ବିଜେପି ସରକାର?

ଛୁଟି ସରିଲା, ଅତିରିକ୍ତ ଛୁଟି ଆବେଦନ ବି ଅଗ୍ରାହ୍ୟ ହେଲା। କାର୍ୟ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ। କିନ୍ତୁ ନୂଆ ସରକାରରେ ସୁଜାତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନା ଗୌଣ, କେଉଁ ବିଭାଗର ଦାୟିତ୍ୱ ମିଳିବ? ନା ଅର୍ଥ ବିଭାଗରେ ଅପରିବର୍ତ୍ତିତ ରହିବେ? ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe