ଦମ୍ପତିଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା : ତମାମ ସଚେତନ ପରେ ବି କାହିଁକି ବଢୁଛି ଆତ୍ମହତ୍ୟା ଉଠିଲା ପ୍ରଶ୍ନ

ଓଡ଼ିଶାରେ ଗଲା ଚାରି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୧ ହଜାର ୯୧୯ ଜଣ। ଓଡ଼ିଶା ପୁଲିସର ବାର୍ଷିକ ରିପୋର୍ଟରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି

39

Photograph: (kanaknews)

କନକବ୍ୟୁରୋ : ଓଡ଼ିଶାରେ ଗଲା ଚାରି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୧ ହଜାର ୯୧୯ ଜଣ। ଓଡ଼ିଶା ପୁଲିସର ବାର୍ଷିକ ରିପୋର୍ଟରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି। ଏକାଠି ରହୁଥିବା ଦମ୍ପତି, ଅଲଗା ରହୁଥିବା ଦମ୍ପତି, ବିବାହ ବିଚ୍ଛେଦ ହୋଇଥିବା ଦମ୍ପତି, ବିଧବା, ଅବିବାହିତ ଏବଂ ଅନ୍ୟାନ୍ୟ। କିନ୍ତୁ ଏହି ୬ଟି ବର୍ଗ ମଧ୍ୟରୁ ଏକାଠି ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ଘଟୁଥିବା ତଥ୍ୟ କହୁଛି। ଗଲା ୪ ବର୍ଷ ଭିତରେ ଏହି ବର୍ଗରେ ୪ ହଜାର ୮୫୪ ଜଣ ଆତ୍ମହତ୍ୟା କରିଛନ୍ତି । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏବେ ଆତ୍ମହତ୍ୟା ମାନସିକତାର ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। 

ଆତ୍ମହତ୍ୟାକୁ ନିରୋଧ କରିବା ଲାଗି ସରକାରୀ ସ୍ତରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ରୋକିବା ବଡ଼ ଆହ୍ବାନ ସୃଷ୍ଟି କରିଛି। ଓଡ଼ିଶା ପୁଲିସର ତଥ୍ୟ ମୁତାବକ, ୨୦୨୨ରେ ଓଡ଼ିଶାରେ ୬ ହଜାର ୧୪୦ ଜଣ ଆତ୍ମହତ୍ୟା କରିଥିଲେ । ଏ ବର୍ଷ ୩ ହଜାର ୩୧ ଜଣ କେବଳ ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥିଲେ। ମୋଟ ଆତ୍ମହତ୍ୟା ସଂଖ୍ୟାରୁ ପୁରୁଷ ୨ ହଜାର ୧୫୦ ଓ ମହିଳା ୩ ହଜାର ୯୯୦ ଅଛନ୍ତି। ମହିଳାଙ୍କ ଭିତରେ ଗୃହିଣୀ ୨ ହଜାର ୯୬୧ । ମୋଟ ଆତ୍ମହତ୍ୟା ସଂଖ୍ୟାରୁ ଏକାଠି ରହୁଥିବା ଦମ୍ପତିଙ୍କ ସଂଖ୍ୟା ୨ ହଜାର ୯୧୯ । ସେହିଭଳି ୨୦୨୧ରେ ୫ ହଜାର ୬୫୧ଜଣ ଆତ୍ମହତ୍ୟା କରିଥିଲେ। ଏଥିରେ ପୁରୁଷ ୪ ହଜାର ୪୧୨ ଓ ମହିଳା ୧ ହଜାର ୨୩୯। ମହିଳାଙ୍କ ଭିତରେ ୩୭୭ ଜଣ ଗୃହିଣୀ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe