କନକବ୍ୟୁରୋ: ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ତିନି ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ମାମଲା ।  ତିନି ବର୍ଷରେ ୨୧୮ ଛାତ୍ର ଆତ୍ମହତ୍ୟା କରିଛନ୍ତି । ସେହିପରି ତିନି ବର୍ଷରେ ୨୬୩ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।  ୨୦୨୩ରେ ସର୍ବାଧିକ ୧୦୪ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗତ ତିନି ବର୍ଷ ଭିତରେ କେତୋଟି ଆତ୍ମହତ୍ୟା ଘଟିଥିଲା । ତାର ବାର୍ଷିକ ବୃଦ୍ଧି ଓ ହ୍ରାସ କେତେ ଥିଲା ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଧ୍ରୁବଚରଣ ସାହୁ । ସେଥିମଧ୍ୟରୁ କେତେ ଚାଷୀ ଓ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ