ଅନଲାଇନ୍ ଗେମ୍ ପାଇଁ ଆତ୍ମହତ୍ୟା: ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ

Advertisment

ପୁଣି ଘାତକ ସାଜିଲା ଅନଲାଇନ ଗେମ୍। ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଜଣେ ୧୫ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ। 

ପୁଣି ଘାତକ ସାଜିଲା ଅନଲାଇନ ଗେମ୍। ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଜଣେ ୧୫ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ। 

efwgefg

Photograph: (kanak news)

କନକ ବ୍ୟୁରୋ: ପୁଣି ଘାତକ ସାଜିଲା ଅନଲାଇନ ଗେମ୍। ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଜଣେ ୧୫ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ। 

ରାୟଗଡ଼ା ଜିଲ୍ଲା ଗଣପତିଗୁଡ଼ାର ୧୫ ବର୍ଷୀୟା ସାଇନା ସାହୁ ହୋଇଛନ୍ତି ଅନଲାଇନ୍ ଗେମ୍‌ର ଶିକାର। ମୋବାଇଲ୍ ଗେମ୍ ଖେଳି ୪ ଲକ୍ଷ ଟଙ୍କା ଜିତିଥିଲେ। କିନ୍ତୁ ସଂପୃକ୍ତ ଅନଲାଇନ୍ ସଂସ୍ଥା ସେହି ଟଙ୍କା ଦେଇନଥିଲା। ଯେଉଁଥିପାଇଁ ସାଇନା ଶୌଚାଳୟରେ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପିଉସୀ ଥାନାରେ ଅଭିଯୋଗ କରିଛନ୍ତି। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଛାତ୍ରୀଙ୍କ ମୃତଦେହ। ରାମନାଗୁଡ଼ା ପୋଲିସ ଏନେଇ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତନାଘନା ଚଳାଇଛି। 

ସାଇନା ଏବର୍ଷ ଦେଇଥିଲେ ମାଟ୍ରିକ ପରୀକ୍ଷା। ତାଙ୍କ ବାପା ୫ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି। ମା’ଙ୍କର ୨ ବର୍ଷ ହେବ ପତ୍ତା ମିଳୁନି। ଫଳରେ ଜେଜେମା’ଙ୍କ ସହ ଗଣପତିଗୁଡ଼ାରେ ରହୁଥିଲେ ସାଇନା। କିଛି ବର୍ଷ ହେବ ମୋବାଇଲରେ ଗେମ୍ ଖେଳୁଥିଲେ। ଆଉ ସେହି ଅନଲାଇନ ଗେମ୍ ହିଁ ଶେଷରେ ନାବାଳିକାଙ୍କର ଜୀବନ ନେଇଗଲା। ତେବେ କାହିଁକି ମୋବାଇଲ ଗେମ୍ ପଛରେ ଧାଉଁଛନ୍ତି କୋମଳମତି ଛାତ୍ରଛାତ୍ରୀ? କାହିଁକି ହାରୁଛନ୍ତି ଜୀବନ? କେମିତି ଅନଲାଇନ୍ ଗେମଠାରୁ ନିଜକୁ ଦୂରେଇ ରଖିବେ, ସେନେଇ ଟିପ୍ସ ଦେଇଛନ୍ତି ମାନସିକ ରୋଗ ବିଶେଷଜ୍ଞ। 

ଗୁଣୁପୁର ମେଡିକାଲରେ ଛାତ୍ରୀଙ୍କର ପୋଷ୍ଟମର୍ଟମ ସରିଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଏନେଇ ମୁହଁ ଖୋଲୁନି ପୋଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe