କନକ ବ୍ୟୁରୋ : ଲାଇଭ୍ ଭିଡିଓରେ ଆତ୍ମହତ୍ୟା । ଆଉ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ଯୁବକଙ୍କା ଆତ୍ମହତ୍ୟା ପୂର୍ବର ଭିଡିଓ । ଦେଖିକି ରହିବୁ, ମୁଁ ଯାଉଛି, ଏଭଳି ଏକ ଲାଇଭ୍ ଭିଡିଓ କରି ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଚର୍ଚ୍ଚାର ବିଷୟ ହୋଇଛି । ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗାଁର ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡିଓ କରି ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ । ପୁଲିସ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରଞ୍ଜନ ସାଙ୍କ ବଡ଼ପୁଅ ଓମ୍ପ୍ରସାଦ ସା କ୍ଷ ସେ ଶୈଲଙ୍ଗ ହୁଡ଼ିଠାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଓମ୍ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।