କନକ ବ୍ୟୁରୋ : ଅଶାନ୍ତ ପାକିସ୍ତାନ । ବାଲୁଚିସ୍ତାନର ରାଜଧାନୀ କ୍ବେଟା ସହରରେ ବଡ଼ଧରଣର ଆତ୍ମଘାତୀ ବିସ୍ପୋରଣ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଆତ୍ମଘାତୀ ବିସ୍ପୋରଣ ହୋଇଛି । ସୂଚନା ଅନୁସାରେ, ୧୩ଜଣ ପ୍ରାଣ ହରାଇଛନ୍ତି ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ପୋରଣ ଏଡ଼େ ବଡ଼ଧରଣରେ ହୋଇଛି ଯେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଫ୍ରଣ୍ଟିୟର ଫୋର୍ସ ମୁଖ୍ୟାଳୟ ନିକଟରେ ଘଟିଛି ବିସ୍ପୋରଣ । ଏଥିରେ ୩ ପାକିସ୍ତାନୀ ସୈନ୍ୟ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । କ୍ବେଟାରେ ବାରମ୍ବାର ବିସ୍ପୋରଣ ଘଟୁଛି । ପାକିସ୍ତାନ ସରକାର ଓ ସେନା ବିରୋଧରେ ବଲୁଚ ବାସିନ୍ଦା ଲଗାତାର ପ୍ରତିବାଦ କରିଆସୁଛନ୍ତି । ଶେହବାଜ୍ ସରକାର ବନ୍ଧୁକ ମୁନରେ ବଲୁଚିସ୍ତାନ ବାସିନ୍ଦାଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ସେପେଟ ପାକିସ୍ତାନ ଅଧିକୃତ- ପିଓକେରେ ସରକାରଙ୍କ ବିରୋଧରେ ଚରମ ଅଶାନ୍ତି ଲାଗିରହିଛି ।
ଆତ୍ମଘାତି ବିସ୍ଫୋରଣରେ ଥରିଲା ପାକିସ୍ତାନର କ୍ୱେଟା ସହର, ୫୦ ରୁ ଅଧିକ ଆହତ, ୧୩ ମୃତ
ସୂଚନା ଅନୁସାରେ, ୧୩ଜଣ ପ୍ରାଣ ହରାଇଛନ୍ତି ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ପୋରଣ ଏଡ଼େ ବଡ଼ଧରଣରେ ହୋଇଛି ଯେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଫ୍ରଣ୍ଟିୟର ଫୋର୍ସ ମୁଖ୍ୟାଳୟ ନିକଟରେ ଘଟିଛି ବିସ୍ପୋରଣ ।
/kanak/media/media_files/2025/09/30/42-2025-09-30-20-41-19.jpg)