କନକ ବ୍ୟୁରୋ : ବିଦ୍ୟୁତ ସରବରାହରେ ତ୍ରୁଟି । ଜଳିଗଲା ଦଶଜଣ ଉପଭୋକ୍ତାଙ୍କ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ । ଗଂଜାମ ଜିଲ୍ଲା ଆସିକା କଲେଜ ଛକ ନିକଟସ୍ଥ ମହାରଣା ସାହିରେ ଘଟିଛି ଅଘଟଣ। ଘରେ ଥିବା ଟିଭି, ମିଟର ଏସି, ଫ୍ରିଜ ସବୁକିଛି ଜଳିଯାଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ହଠାତ ୪୪୦ ଭୋଲଟ ବିଦ୍ୟୁତ ପ୍ରବାହିତ ହୋଇଯିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। ଏପରିକି ଘରେ ଥିବାବେଳେ ବହୁତ ଲୋକଙ୍କୁ ବିଦ୍ୟୁତ ଆଘାତ ମଧ୍ୟ ଲାଗିଛି। ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ ଜଣାଇବାକୁ ଟିପିଏସଓଡିଏଲ ଅଫିସକୁ ଯାଇଛନ୍ତି । ନଷ୍ଟ ହୋଇଯାଥିବା ସାମଗ୍ରୀ ପାଇଁ କ୍ଷତିପୂରଣ ଓ ଆଗକୁ ଏଭଳି ସମସ୍ୟା ଯେମିତି ସୃଷ୍ଟି ନହେବ ସେନେଇ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ।
ହଠାତ୍ ଆସିଲା ହାଇ ଭୋଲଟେଜ, ଜଳିଗଲା ସମସ୍ତ ବିଦ୍ୟୁତ ଚାଳିତ ଯନ୍ତ୍ରପାତି,ଲୋକଙ୍କୁ ଲାଗିଲା ଝଟକା, ୧୦ ଉପଭୋକ୍ତା ହରାଇଲେ ଲକ୍ଷ ଲକ୍ଷ ଟଙ୍କା
ହଠାତ ୪୪୦ ଭୋଲଟ ବିଦ୍ୟୁତ ପ୍ରବାହିତ ହୋଇଯିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। ଏପରିକି ଘରେ ଥିବାବେଳେ ବହୁତ ଲୋକଙ୍କୁ ବିଦ୍ୟୁତ ଆଘାତ ମଧ୍ୟ ଲାଗିଛି। ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ ଜଣାଇବାକୁ ଟିପିଏସଓଡିଏଲ ଅଫିସକୁ ଯାଇଛନ୍ତି ।
/kanak/media/media_files/2024/12/06/9jVJPguLvjDoKlcraNyx.jpg)