କନକବ୍ୟୁରୋ : ଦିଲ୍ଲୀରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ଧୂଳିଝଡ଼ରେ ବିମାନସେବା ହେଲା ପ୍ରଭାବିତ । ପବନରେ ଭାଙ୍ଗିଲା ହୋର୍ଡିଂ, ସହରରେ ଯାତାୟତ ହେଲା ଠପ୍ । ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ହଠାତ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା । ସନ୍ଧ୍ୟା ସମୟରେ ଦିଲ୍ଲୀରେ ପ୍ରବଳ ବେଗରେ ପବନ ବୋହିବା ଫଳରେ ଅନେକ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଗଳିପଡିଥିଲା ।
ଯାହା ରାସ୍ତାରେ ଯାଉଥିବା ଗାଡି ଉପରେ ପଡି ଦୁର୍ଘଟଣା ଘଟିଥିବାର ଅନେକ ଚିତ୍ର ସାମ୍ନାକୁ ଆସିଛି । ସେହିପରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଧୂଳି ଝଡ଼ ଦେଖିବାକୁ ମିଳିଥିଲା । ଫଳରେ ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିଲା । ଏହି ସମୟର ଅନେକ ଭିଡିଓ ଏବେ ସାମ୍ନାକୁ ଆସିଛି । ପ୍ରାୟ ଦୁଇ ଘଣ୍ଟା ପାଇଁ ଦିଲ୍ଲୀରେ ଯାତାୟତ ଓ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ସେପଟେ ଦିଲ୍ଲୀର ଚନ୍ଦର ବିହାରରେ କାନ୍ଥ ଭୁଶୁଡିବା ଫଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)