କନକ ବ୍ୟୁରୋ : ବୟସ କମ୍‌ କିନ୍ତୁ ଆକାଶ ଛୁଆଁ ଲୋକପ୍ରିୟତା । ନେପାଳ ଯୁବବର୍ଗଙ୍କ ମଧ୍ୟରେ ରହିଛି ଖୁବ ଦବଦବା  । ଯାହାଙ୍କ ଗୋଟିଏ ଡାକରାରେ ରାସ୍ତାକୁ ଓହ୍ଲାଇଥିଲେ ହଜାର ସଂଖ୍ୟକ ଜେନ୍‌-ଜି ବା ଯୁବ ଆନ୍ଦୋଳନକାରୀ । କୁହାଯାଉଛି ଦୁଇ ଦିନ ଧରି ନେପାଳରେ ଯେଉଁ ହିଂସା, ବିରୋଧପ୍ରଦର୍ଶନ ଦେଖିବାକୁ ମିଳିଥିଲା ତା ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୁଦନ ଗୁରୁଙ୍ଗ । 

Advertisment

 ଇଭେଣ୍ଟ ପ୍ଲାନରରୁ ସମାଜସେବୀ ବନିବା ପରେ ଗୁରୁଙ୍ଗଙ୍କ ଜୀବନରେ ନୂଆ ମୋଡ଼ ଆଣିଥିଲା ହାମୀ ନେପାଳ ଏନଜିଓ ।  ଦୁର୍ନୀତି ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ ସୁଦନ  । କେପି ଓଲି ଶର୍ମା, ଶେର ବାହାଦୂରଙ୍କୁ ଦୁର୍ନୀତି ଖୋର ସରକାର କହି ଯୁବବର୍ଗଙ୍କୁ ଏକାଠି କରିଥିଲେ ।  ସତ୍ତାରୁ ବାହାର କରିବାକୁ କରିଥିଲେ ଜନ ଆନ୍ଦୋଳନ । ଜନତାଙ୍କ ଆଗରେ ଉଭୟଙ୍କ ଦୁର୍ନୀତିର ଚିଠା ରଖିବା ପରେ କୁହୁଳିଥିଲା ଆନ୍ଦୋଳନର ନିଆଁ ।

କୁହାଯାଉଛି ନେପାଳରେ ପରିବାରବାଦ ରାଜନୀତି, ସରକାରଙ୍କ ଦୁର୍ନୀତି ବିରୋଧରେ ସୋସିଆଲ ମିଡିଆରେ  ଜନତା ମତ ପ୍ରକାଶ କରୁଥିଲେ । ଯାହାକୁ ଦେଖି କେପି ଓଲି ଶର୍ମା ଓ ଶେର ବାହାଦୂରଙ୍କ ହୋସ ଉଡ଼ିଥିଲା । ଏହାକୁ ରୋକିବାକୁ ୨୬ ସୋସିଆଲ ମିଡିଆକୁ ବ୍ୟାନ୍‌ କରିଥିଲେ ସରକାର । କିନ୍ତୁ କମ୍ପାନି ନିୟମ ଭାଙ୍ଗିଥିବା କାରଣ ଦର୍ଶାଇଥିଲେ ।  ତେବେ ସରକାରଙ୍କ ମାଷ୍ଟରପ୍ଲାନ ଶେଷରେ ତାଙ୍କୁ ହିଁ ଭାରିପଡ଼ିଛି । ଭାଙ୍ଗିଛି ଓଲି ସରକାର ।