କନକ ବ୍ୟୁରୋ: ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ । ଭାରତ ନିଜର ସ୍ୱଳ୍ପ ଦୂରଗାମୀ ଆକ୍ରମଣ କ୍ଷମତାକୁ ମଜବୁତ କରି ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ଆଜି ସକାଳ ୯ଟା୩୫ରେ ବାଲେଶ୍ବର ଅବଦୁଲ କାଲାମ ଦ୍ୱୀପରୁ ଉତକ୍ଷେପଣ କରାଯାଇଛି । ୧୫୦-୫୦୦ କିଲୋମିଟର ପରିସର ସହିତ ଏହା ଉନ୍ନତ ନାଭିଗେସନ ସିଷ୍ଟମରେ ସଜ୍ଜିତ, ଯାହା ସଠିକ ଭାବେ ସ୍ଥଳ-ସ୍ଥଳ ଲକ୍ଷ୍ୟଭେଦ ପାଇଁ ଡିଜାଇନ କରାଯାଇଛି । ଏହା ଭାରତୀୟ ସେନାର କ୍ୱାସି-ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ ।
ପ୍ରଳୟ-୬ର ସଫଳ ପରୀକ୍ଷଣ
ଭାରତ ପ୍ରଳୟ-୬ ସ୍ୱଳ୍ପ ଦୂରଗାମୀ ମିସାଇଲର ସଫଳ ପରୀକ୍ଷଣ କରିଛି
ସକାଳ ୯:୩୫ରେ ଓଡ଼ିଶାର ଅବଦୁଲ କାଲାମ ଦ୍ୱୀପରୁ ସଫଳ ପରୀକ୍ଷଣ
ଏହି ମିସାଇଲ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି
ପ୍ରଳୟ-୬ର ଆକ୍ରମଣ ପରିସର ୧୫୦ ରୁ ୫୦୦ କିଲୋମିଟର
ଅତ୍ୟାଧୁନିକ ନାଭିଗେସନ ସିଷ୍ଟମରେ ସଜ୍ଜିତ ଏହି ମିସାଇଲ
ସ୍ଥଳପଥରେ ଲକ୍ଷ୍ୟକୁ ସଠିକ ଭାବେ ଆକ୍ରମଣ ପାଇଁ ଡିଜାଇନ କରାଯାଇଛି
ସେନାର କ୍ୱାସି-ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ମଜବୁତ କରିବ ପ୍ରଳୟ-୬