କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ମଧ୍ୟମ ଦୂରଗାମୀ-ମିସାଇଲର ପ୍ରଥମ ଥର ପାଇଁ ରେଳଭିତ୍ତିକ ମୋବାଇଲ୍ ଲଞ୍ଚରରୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ରେଳ ଉପରୁ ଉତକ୍ଷେପଣ କରାଯିବ । ଏହି ସଫଳତା ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର ରହିଛି ।
ଭାରତର ଅଗ୍ନି ପ୍ରାଇମ୍
ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
ଭାରତ ଅଗ୍ନି-ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି
ଏହା ରେଳଭିତ୍ତିକ ମୋବାଇଲ୍ ଲଞ୍ଚରରୁ ପ୍ରଥମ ଥର ଲଞ୍ଚ୍ ହୋଇଛି
ମିସାଇଲର ଲକ୍ଷଭେଦୀ କ୍ଷମତା ୨୦୦୦ କିଲୋମିଟର
ଏହା ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ କ୍ୟାନିଷ୍ଟରାଇଜଡ୍ ସିଷ୍ଟମରେ ସଜ୍ଜିତ
ରେଳ ନେଟୱର୍କରେ କୌଣସି ଦ୍ବିଧା ବିନା ଗତି କରିପାରେ
ଯେକୌଣସି ପରିସ୍ଥିତିରେ କରିପାରିବ ଲକ୍ଷ୍ୟଭେଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/25/18-2025-09-25-15-01-03.jpg)