ବିଜ୍ଞାନର ଛାତ୍ର, ବୈଜ୍ଞାନିକ ପଦ୍ଧତିରେ ସମନ୍ୱିତ କୃଷି ପ୍ରଣାଳୀରେ ଚାଷ କରି ସଫଳତା ହାସଲ କରିଛନ୍ତି । କୁକୁଡ଼ା ଚାଷ ଠାରୁ ଆରମ୍ଭ କରି କଲରା, କଦଳୀ , ଆଖୁ , ମାଣ୍ଡିଆ, ମାଛ , ଛତୁ ପର୍ଯ୍ୟନ୍ତ ଚାଷ କରି ବେଶ୍ ପରିଚିତ ଓ ରୋଜଗାର କ୍ଷମ ହୋଇପାରିଛନ୍ତି ଏହି ଯୁବକ । ଗଞ୍ଜାମ ଧୋଡ଼ାପଲ୍ଲୀ ଗାଁର ଶ୍ୟାମଘନ ପ୍ରଧାନ । ଆଇଟିଆଇ ପାସ୍ କରିବା ପରେ ଚାକିରି ପଛରେ ନପଡ଼ି ଚାଷ କାମରେ ସଫଳତା ପାଇଛନ୍ତି । ୧୦ ଏକର ଜମିରେ ସମନ୍ବିତ କୃଷି ପଦ୍ଧତିରେ ଚାଷ କରିଛନ୍ତି ଶ୍ୟାମଘନ । ବିଜ୍ଞାନରେ ପାଠ ପଢ଼ିଥିବାରୁ କୃଷିକ୍ଷେତ୍ରରେ ତାଙ୍କ ପାଠର ସଦୂପଯୋଗ କରିଛନ୍ତି ଏବଂ ଉନ୍ନତ ପ୍ରଣାଳୀରେ ଚାଷ କରିଛନ୍ତି ।  

Advertisment

ଏହି ଚାଷ କାମ ଦ୍ବାରା ସେ କେବଳ ନିଜେ ରୋଜଗାର କରୁଛନ୍ତି ତାହା ନୁହେଁ ବରଂ ଆଖପାଖ ଗାଁର ୨୦ରୁ ୩୦ ଜଣ ଲୋକଙ୍କୁ ତାଙ୍କ ଜମିରେ କାମ ଦେଇ ରୋଜଗାରକ୍ଷମ କରାଇଛନ୍ତି । କାକୁଡ଼ି, କଖାରୁ, କାଙ୍କଡ଼, କଲରା ସହ କଦଳୀ ଓ ଛତୁ ଚାଷ କରୁଛନ୍ତି । ଆଖୁ, ମାଣ୍ଡିଆ, ମାଛ ଓ ଅମୃତଭଣ୍ଡାର ଫସଲ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଶ୍ୟାମଘନ ।