ଲକ୍ଷପତି ଦିଦିଙ୍କ ସଫଳତାର କାହାଣୀ

Advertisment

ବୈପାରିଗୁଡ଼ା ଗୌଡ଼ ସାହିରେ ରହୁଥିବା ଦୁର୍ଗା ପ୍ରସାଦି ଗୌଡ଼ ଜଣେ ସାଧାରଣ ଗୃହିଣୀ । ଲକ୍ଷପତି ଦିଦି ଭାବେ ସମ୍ମାନିତ ହୋଇଛନ୍ତି । ଦୁର୍ଗାଙ୍କ ସ୍ବାମୀ ଜଣେ ଡ୍ରାଇଭର ।

ବୈପାରିଗୁଡ଼ା ଗୌଡ଼ ସାହିରେ ରହୁଥିବା ଦୁର୍ଗା ପ୍ରସାଦି ଗୌଡ଼ ଜଣେ ସାଧାରଣ ଗୃହିଣୀ । ଲକ୍ଷପତି ଦିଦି ଭାବେ ସମ୍ମାନିତ ହୋଇଛନ୍ତି । ଦୁର୍ଗାଙ୍କ ସ୍ବାମୀ ଜଣେ ଡ୍ରାଇଭର ।

lakhpati 1

କନକ ବ୍ୟୁରୋ : ବୈପାରିଗୁଡ଼ା ଗୌଡ଼ ସାହିରେ ରହୁଥିବା ଦୁର୍ଗା ପ୍ରସାଦି ଗୌଡ଼ ଜଣେ ସାଧାରଣ ଗୃହିଣୀ । ଲକ୍ଷପତି ଦିଦି ଭାବେ ସମ୍ମାନିତ ହୋଇଛନ୍ତି । ଦୁର୍ଗାଙ୍କ ସ୍ବାମୀ ଜଣେ ଡ୍ରାଇଭର । ସ୍ବାମୀଙ୍କ ରୋଜଗାର ପଇସାରେ ପରିବାର ଚଳିବା କଷ୍ଟକର ହେଉଥିବାରୁ ଦୁର୍ଗା ପ୍ରସାଦି ପରିବାର ଚଳେଇବା ପାଇଁ ମନସ୍ଥ କରି ବାହାରି ପଡ଼ିଥିଲେ । ବିବାହ ପୂର୍ବରୁ ସିଲେଇ ତାଲିମ ନେଇଥିବାରୁ ନିଜ ଘରେ ସିଲେଇ କାମ ଆରମ୍ଭ କଲେ । ତାଙ୍କ ସିଲେଇ କାମକୁ ଲୋକେ ପସନ୍ଦ କଲେ ଏବଂ ବହୁ ସଂଖ୍ୟାରେ ଗ୍ରାହକ ପୋଷାକ ଇତ୍ୟାଦି ସିଲେଇ ପାଇଁ ତାଙ୍କ ନିକଟରେ ପହଞ୍ଚିଲେ । ରୋଜଗାର ବଢ଼ିବା ପରେ ସିଲେଇ ସାଙ୍ଗକୁ ଶାଢ଼ୀ ଏବଂ ରେଡିମେଡ ପୋଷାକ ବିକ୍ରି କଲେ । ବର୍ତ୍ତମାନ ସେ ଜଣେ ସ୍ବାବଲମ୍ବୀ ମହିଳା । ଏହାକୁ ଦେଖି ସରକାର ତାଙ୍କୁ ଲକ୍ଷପତି ଦିଦି ରୂପେ ସ୍ଵିକୃତି ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe