ରାଜ୍ୟ ଏବଂ ଜାତୀୟ ସ୍ତରୀୟ ଜିମ୍ନାଷ୍ଟିକ୍ସ ଏରୋବିକ୍ସ ପ୍ରତିଯୋଗିତାରେ ପ୍ରବାସୀ ଓଡ଼ିଆ ବାଳିକାମାନଙ୍କର ସଫଳତା

ମନସ୍ୱୀ ଜେନା ଏହି ମାସରେ ଶିରିଡିରେ ଅନୁଷ୍ଠିତ ସିବିଏସଇ  ଜାତୀୟ ଏରୋବିକ୍ସ ଚାମ୍ପିଅନ୍ସିପ୍ ୨୦୨୫ ରେ ତାଙ୍କ ସ୍କୁଲ, ନ୍ୟୁ ହୋରାଇଜନ୍ ଗୁରୁକୁଳର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ । ସେ ୧୯ ବର୍ଷରୁ କମ୍ ବାଳିକା ବ୍ୟକ୍ତିଗତ ବର୍ଗରେ ଜାତୀୟସ୍ତରରେ ୫ମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଲାଭ କରିଥିଲେ ।

gymnastics aerobics competitions

Photograph: (Kanak News)

କନକ ବ୍ୟୁରୋ : ମହୀଶୂରର ଚାମୁଣ୍ଡି ବିହାର ଷ୍ଟାଡିୟମରେ ଅନୁଷ୍ଠିତ ସଦ୍ୟ ସମାପ୍ତ ଦଶହରା କ୍ରୀଡା ସିଏମ୍ କପ୍ - 2025 ର ଜିମ୍ନାଷ୍ଟିକ୍ସ ଏରୋବିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦଳରେ ଅଛନ୍ତି, ପ୍ରବାସୀ ଓଡ଼ିଆ ଝିଅ - ମନସ୍ୱୀ ଜେନା ଏବଂ ରିଆନଶୀ ପଟ୍ଟନାୟକ । ସେମାନେ ମଧ୍ୟ କର୍ଣ୍ଣାଟକ ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଦ୍ୱାରା ୧୯ ବର୍ଷରୁ କମ୍ ବାଳିକା ଚାମ୍ପିଅନ୍ସ ଦଳ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କ ଦଳ କୋଚିର ରାଜୀବ ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜିମ୍ନାଷ୍ଟିକ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏରୋବିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିଅନ୍‌ସିପ୍ ୨୦୨୫-୨୦୨୬ ରେ କର୍ଣ୍ଣାଟକ ପାଇଁ କାଂସ୍ୟ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି ।

ମନସ୍ୱୀ ତାଙ୍କର ପଦକଗୁଡ଼ିକ ତାଙ୍କ ଜେଜେବାପା, ଆଳି, କେନ୍ଦ୍ରାପଡ଼ାର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ନିରଞ୍ଜନ ଜେନା ଏବଂ ଅଜା, ଗୌତମ ନଗର, ଭୁବନେଶ୍ୱରର ଔଷଧ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱର୍ଗତ ଡକ୍ଟର ଭାଗୀରଥି ନାୟକଙ୍କୁ ଉତ୍ସର୍ଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe