କନକ ବ୍ୟୁରୋ : ମହୀଶୂରର ଚାମୁଣ୍ଡି ବିହାର ଷ୍ଟାଡିୟମରେ ଅନୁଷ୍ଠିତ ସଦ୍ୟ ସମାପ୍ତ ଦଶହରା କ୍ରୀଡା ସିଏମ୍ କପ୍ - 2025 ର ଜିମ୍ନାଷ୍ଟିକ୍ସ ଏରୋବିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦଳରେ ଅଛନ୍ତି, ପ୍ରବାସୀ ଓଡ଼ିଆ ଝିଅ - ମନସ୍ୱୀ ଜେନା ଏବଂ ରିଆନଶୀ ପଟ୍ଟନାୟକ । ସେମାନେ ମଧ୍ୟ କର୍ଣ୍ଣାଟକ ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଦ୍ୱାରା ୧୯ ବର୍ଷରୁ କମ୍ ବାଳିକା ଚାମ୍ପିଅନ୍ସ ଦଳ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କ ଦଳ କୋଚିର ରାଜୀବ ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜିମ୍ନାଷ୍ଟିକ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏରୋବିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିଅନ୍ସିପ୍ ୨୦୨୫-୨୦୨୬ ରେ କର୍ଣ୍ଣାଟକ ପାଇଁ କାଂସ୍ୟ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି ।
ମନସ୍ୱୀ ତାଙ୍କର ପଦକଗୁଡ଼ିକ ତାଙ୍କ ଜେଜେବାପା, ଆଳି, କେନ୍ଦ୍ରାପଡ଼ାର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ନିରଞ୍ଜନ ଜେନା ଏବଂ ଅଜା, ଗୌତମ ନଗର, ଭୁବନେଶ୍ୱରର ଔଷଧ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱର୍ଗତ ଡକ୍ଟର ଭାଗୀରଥି ନାୟକଙ୍କୁ ଉତ୍ସର୍ଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/29/gymnastics-aerobics-competitions-2025-09-29-17-29-05.jpeg)