କନକ ବ୍ୟୁରୋ : ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ, ପାଵପାଲି, ଶାସନର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ଵାତିକା ବେହେରା ଓଡ଼ିଶାର ଅଣ୍ଡର ୧୯ ମହିଳା କ୍ରିକେଟ ଦଳରେ ଚୟନ ହୋଇଛନ୍ତି । ଯାହାକି ସମଗ୍ର ପଶ୍ଚିମ ଓଡିଶା ପାଇଁ ଖୁସିର ବିଷୟ । ସେ ଆଗକୁ ବିସିସିଆଇ ଦ୍ୱାରା ପରିଚାଳିତ ହେବାକୁ ଥିବା ଘରୋଇ ଟି୨୦ମହିଳା କ୍ରିକେଟରେ ଓଡିଶା ପକ୍ଷରୁ ଖେଳିବାକୁ ମନୋନୀତ ହୋଇଛନ୍ତି । ବ୍ୟାଟିଂ ଓ ବୋଲିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରୁଥିବା ସ୍ଵାତିକା ପ୍ରତିଦିନ ଅନୁନ୍ୟ ୦୮-୧୦ ଘଣ୍ଟା ପରିଶ୍ରମ କରିଥାନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ଅଭିଭାବକ ଅନୁଷ୍ଠାନର ଚେୟାରମ୍ୟାନ ଆନନ୍ଦ ଅଗ୍ରୱାଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଧର୍ମରାଜନ,ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋନେନ ଈଶ୍ୱରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ,ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଗଣ ଖୁସିବ୍ୟକ୍ତ ହେବା ସହ ସୁଶ୍ରୀ ସ୍ଵାତିକାଙ୍କ ସଫଳ କାମନା କରିଛନ୍ତି ।
ବୈଦିକ ସ୍କୁଲର ସଫଳତା, ଓଡ଼ିଶା ଅଣ୍ଡର ୧୯ ମହିଳା କ୍ରିକେଟ ଟିମରେ ସ୍ଥାନ ପାଇଲେ ସୁଶ୍ରୀ ସ୍ୱାତିକା
ସେ ଆଗକୁ ବିସିସିଆଇ ଦ୍ୱାରା ପରିଚାଳିତ ହେବାକୁ ଥିବା ଘରୋଇ ଟି୨୦ମହିଳା କ୍ରିକେଟରେ ଓଡିଶା ପକ୍ଷରୁ ଖେଳିବାକୁ ମନୋନୀତ ହୋଇଛନ୍ତି । ବ୍ୟାଟିଂ ଓ ବୋଲିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରୁଥିବା ସ୍ଵାତିକା ପ୍ରତିଦିନ ଅନୁନ୍ୟ ୦୮-୧୦ ଘଣ୍ଟା ପରିଶ୍ରମ କରିଥାନ୍ତି ।
/kanak/media/media_files/2025/10/12/ssss-2025-10-12-14-55-22.jpg)