କନକ ବ୍ୟୁରୋ: ଓଡ଼ିଶାରେ ରେକି କରୁଥିଲେ ଛତିଶଗଡ଼ର ମାଓବାଦୀ । ମାଓବାଦୀଙ୍କୁ ବାନ୍ଧିଲା ମାଲକାନଗିରି ପୁଲିସ । କୁମ୍ବିଂ ବେଳେ ୨ ହାର୍ଡକୋର୍ ମାଓବାଦୀ ଗିରଫ କରାଯାଇଛି । କାଙ୍ଗେର ଘାଟି ଏରିଆ କମିଟିର ଏସିଏମ କେସା କୱାସୀ ଓ ମିଲିଟାରି ପ୍ଲାଟୁନ ନମ୍ବର-୧ର ସଦସ୍ୟ ରାକେଶ ଗିରଫ ହୋଇଛନ୍ତି । ମାଥିଲି ଥାନା ସୋଡ଼ିଗୁଡ଼ା ତେନ୍ତୁଳିଗୁଡ଼ା ଜଙ୍ଗଲରୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ଗୁଳି ଗୋଳା ଜବତ ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଛତିଶଗଡ଼ର ମାଓବାଦୀ ଓଡ଼ିଶାରେ ରେକି କରୁଥିଲେ । କୁମ୍ବିଂ ବେଳେ ଦୁଇ ଛତିଶଗଡ଼ କ୍ୟାଡର ମାଓବାଦୀଙ୍କୁ କାବୁ କରିଛନ୍ତି ଡିଭିଏଫ୍ ଯବାନ ।