ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରେ କମ୍ବିଂ ବେଳେ ଯବାନଙ୍କୁ ସଫଳତା, ୩ଟି ମାଓ ବଙ୍କର ସହ ବିପୁଳ ମାଓ ସାମଗ୍ରୀ ଠାବ

ସରଣ୍ଡାରେ ସୁରକ୍ଷା ବାହିନୀ ୩ଟି ବଙ୍କର ଠାବ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଥାନା ଅନ୍ତର୍ଗତ ହେଣ୍ଡେକୁଲି ନିକଟ ସରଣ୍ଡା ଜଙ୍ଗଲରୁ ୨୦୯ କୋବ୍ରା ବାଟାଲିୟନ ସର୍ଚ୍ଚ ଅପରେସନ ବେଳେ ଏହି ସଫଳତା ମିଳିଛି । କିଛି ଦିନ ପୂର୍ବରୁ ରେଳ ଲାଇନରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ରେଳ ଧାରଣାକୁ କ୍ଷତିଗ୍ରସ୍ତ କରିଥିଲେ ମାଓବାଦୀ ।

21

କନକ ବ୍ୟୁରୋ : ସରଣ୍ଡା ଜଙ୍ଗଲରେ ଠାବ ହେଲା ମାଓବାଦୀଙ୍କ ତିନୋଟି ବଙ୍କର । ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀ ହାତରେ ଲାଗିଲା ବଡ ସଫଳତା । ସରଣ୍ଡାରେ ସୁରକ୍ଷା ବାହିନୀ ୩ଟି ବଙ୍କର ଠାବ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଥାନା ଅନ୍ତର୍ଗତ ହେଣ୍ଡେକୁଲି ନିକଟ ସରଣ୍ଡା ଜଙ୍ଗଲରୁ ୨୦୯ କୋବ୍ରା ବାଟାଲିୟନ ସର୍ଚ୍ଚ ଅପରେସନ ବେଳେ ଏହି ସଫଳତା ମିଳିଛି । କିଛି ଦିନ ପୂର୍ବରୁ ରେଳ ଲାଇନରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ରେଳ ଧାରଣାକୁ କ୍ଷତିଗ୍ରସ୍ତ କରିଥିଲେ ମାଓବାଦୀ । ସେହିପରି ଦୁଇଦିନ ପୁର୍ବରୁ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଦୁଇ ସିଆରପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିଲେ । ଏହାପରଠୁ ସୁରକ୍ଷାବାହିନୀ ପକ୍ଷରୁ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe