ଯଶୀପୁରରୁ ଜାପାନ, ପଛୁଆ ଅଞ୍ଚଳର ସଫଳ ମଣିଷ

ଦେବେନ୍ଦ୍ର ମହାନ୍ତ। ଯଶୀପୁର ଭଳି ପଛୁଆ ଅଞ୍ଚଳରୁ ବାହରି ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ । ଜାପାନର ଆଇଟି୍ କ୍ଷେତ୍ରରେ କାମ କରୁଛନ୍ତି ।

36

Jashipur Photograph: (KanakNews)

କନକ ବ୍ୟୁରୋ : ପଛୁଆ ଅଞ୍ଚଳର ସଫଳ ମଣିଷ । ମୟୂରଭଞ୍ଜ  ଜିଲ୍ଲା ଯଶୀପୁର ଅଞ୍ଚଳରୁ ଦେବେନ୍ଦ୍ର ମହାନ୍ତ ଏବେ ଜାପାନରେ ଆଇଟି କ୍ଷେତ୍ରରେ କାର୍ଯ୍ୟରତ । ତେବେ ଯଶୀପୁର ଭଳି ପଛୁଆ ଅଞ୍ଚଳରୁ ଜାପାନ ଯାତ୍ରାର ଏହି ସଫଳତା ଏବେ ତାଙ୍କୁ ନିଜ ଜନ୍ମମାଟି ପାଇଁ କିଛି କରିବାକୁ ମଧ୍ୟ ଆଗ୍ରହ ସୃଷ୍ଟି କରାଇ ପାରିଛି ।

ଦେବେନ୍ଦ୍ର ମହାନ୍ତ। ଯଶୀପୁର ଭଳି ପଛୁଆ ଅଞ୍ଚଳରୁ ବାହରି ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ । ଜାପାନର ଆଇଟି୍ କ୍ଷେତ୍ରରେ କାମ କରୁଛନ୍ତି । ହେଲେ ସେତିକିରେ ସେ ଅଟକିନାହାନ୍ତି । ନିଜ ଜନ୍ମମାଟି ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ଯଶୀପୁରକୁ ଟାଣି ଆଣିଛି । ଗାଁର ଯୁବକଙ୍କୁ ବିଶ୍ବ ସ୍ତରରେ ସଫଳ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ ।

ଆରପାରିକୁ ଚାଲିଗଲେ ସ୍ବାମୀ: ସିଲେଇ କରି ପରିବାର ଚଳାଇବାକୁ ସଂଘର୍ଷ କରୁଛି ସ୍ତ୍ରୀ

ଦେବେନ୍ଦ୍ରଙ୍କ ସହ ଜାପାନରୁ କିଛି ଯୁବକ ଆସି ଗାଁରେ କିଛି ସ୍ଥାନ ଦେଖିଛନ୍ତି । ଏଠାରେ ଆଇଟି ଏକ୍ସେଲେନ୍ସ ସେଣ୍ଟର୍ ପ୍ରତିଷ୍ଠା ପାଇଁ ଯୋଜନା କରିଛନ୍ତି । ଏହି ଯୋଜନା ସଫଳ ହେଲେ ଆଗକୁ ଏହି ଅଞ୍ଚଳରୁ ପିଲା ଜାପାନରେ ଆଇଟି କ୍ଷେତ୍ରରେ ନିଜ ଭବିଷ୍ୟତ ଗଢ଼ିପାରିବେ । ଦେବେନ୍ଦ୍ର ନିଜ କ୍ୟାରିଅର୍‌ରେ ଯେତିକି ସଫଳ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଶୃଙ୍ଖଳିତ । ଦେବେନ୍ଦ୍ରଙ୍କ ଏହି କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe