ମ୍ୟୁନିସିପାଲ୍‌ଟି କାମରେ ମହାଦୁର୍ନୀତି,  କୋଟିକୋଟି ଟଙ୍କାରେ ହେଉଛି ନିମ୍ନମାନର କାମ!

ଜଳେଶ୍ବର ମ୍ୟୁନିସିପାଲ୍‌ଟି କାମରେ ମହାଦୁର୍ନୀତି । କୋଟିକୋଟି ଟଙ୍କାରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ । କାର୍ଯ୍ୟର ତଦନ୍ତ ପାଇଁ ଦାବି କଲା ଜଳେଶ୍ୱର ନଗର ବିଜେପି । 

Basta Corruption

କନକ ବ୍ୟୁରୋ: ସରକାର ସହରର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାର ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା ନେଇ ଆସିଛି ଅଭିଯୋଗ । ବାଲେଶ୍ୱର ଜଳେଶ୍ୱରରୁ ଆସିଲା ଏମିତି ଅଭିଯୋଗ ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲ୍‌ଟିରେ ନିର୍ମାଣ ହେଉଛି ବହୁମୁଖୀ ହଲ୍‌ । ଏଥିରେ ନିମ୍ନମାନର ଇଟା, ସିମେଣ୍ଟ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି । ନିଜେ ପୌର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ତଦାରଖ ସମୟରେ ଏହା ଦେଖିବାକୁ ପାଇଥିଲେ । ସାମଗ୍ରୀର ମାନ ନିର୍ଦ୍ଧାରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ ଅଧିକାରୀ । ଯାହାର ତଦନ୍ତ ପାଇଁ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ଜଳେଶ୍ୱର ନଗର ବିଜେପି ।  

ଜଳେଶ୍ୱର ମ୍ୟୁନିସିପାଲ୍‌ଟିର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ ବରାଦ ରହିଛି । ଅଙ୍ଗନବାଡ଼ିଠୁ ଆରମ୍ଭ କରି ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଆସିଛି ଅଭିଯୋଗ । ଯାହା କାର୍ଯ୍ୟର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଳେଶ୍ୱର ମ୍ୟୁନିସିପାଲ୍‌ଟି ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜନ ଆନ୍ଦୋଳନ ନେଇ ମିଳିଛି ଚେତାବନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe