କନକ ବ୍ୟୁରୋ: ସରକାର ସହରର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାର ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା ନେଇ ଆସିଛି ଅଭିଯୋଗ । ବାଲେଶ୍ୱର ଜଳେଶ୍ୱରରୁ ଆସିଲା ଏମିତି ଅଭିଯୋଗ ।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲ୍ଟିରେ ନିର୍ମାଣ ହେଉଛି ବହୁମୁଖୀ ହଲ୍ । ଏଥିରେ ନିମ୍ନମାନର ଇଟା, ସିମେଣ୍ଟ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି । ନିଜେ ପୌର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ତଦାରଖ ସମୟରେ ଏହା ଦେଖିବାକୁ ପାଇଥିଲେ । ସାମଗ୍ରୀର ମାନ ନିର୍ଦ୍ଧାରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ ଅଧିକାରୀ । ଯାହାର ତଦନ୍ତ ପାଇଁ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ଜଳେଶ୍ୱର ନଗର ବିଜେପି ।
ଜଳେଶ୍ୱର ମ୍ୟୁନିସିପାଲ୍ଟିର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ ବରାଦ ରହିଛି । ଅଙ୍ଗନବାଡ଼ିଠୁ ଆରମ୍ଭ କରି ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଆସିଛି ଅଭିଯୋଗ । ଯାହା କାର୍ଯ୍ୟର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଳେଶ୍ୱର ମ୍ୟୁନିସିପାଲ୍ଟି ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜନ ଆନ୍ଦୋଳନ ନେଇ ମିଳିଛି ଚେତାବନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/13/basta-corruption-2025-09-13-17-52-57.png)