କନକ ବ୍ୟୁରୋ: ୬ ମାସ ଗଲାନି ୧୫କୋଟି ୬୩ଲକ୍ଷର ଆଡ଼ିବନ୍ଧ । ବାରିପଦାରେ ସଦର ବ୍ଳକ ଅନ୍ତର୍ଗତ ହାତୀକୋଟ ପଞ୍ଚାୟତରେ ବୁଢ଼ାବଳଙ୍କ ନଦୀ ଗର୍ଭରେ ଲୀନ ହୋଇଯାଇଛି ପଥର ପ୍ୟାଚିଂ । ମାଟି ଅତଡ଼ା ଧସି ନଈ ଏବେ ଗାଁ ମୁହାଁ । କୂଳଖାଇ ରାସ୍ତା ଖାଇଗଲାଣି । ନଈର ଉଗ୍ରରୂପ ଦେଖି ଭୟରେ ରହୁଛନ୍ତି ଅଞ୍ଚଳବାସୀ । ନିମ୍ନମାନ ପଥର ପ୍ୟାକିଂ ଯୋଗୁ ବର୍ଷେ ବି ଗଲା ନାହିଁ ବୋଲି ଅଭିଯୋଗ ହୋଇଛି ।
୧୦ ବର୍ଷରେ ବୁଢ଼ାବଳଙ୍ଗ ପେଟକୁ ଚାଲିଗଲାଣି ୧୦୦ଫୁଟ୍ ସ୍ଥଳଭାଗ । ଅଞ୍ଚଳବାସୀଙ୍କ ଦାବି ପରେ ବାଲିପାଳ ଓ ଜାମଦାପାଳରେ ୨ଟି ଆଡ଼ିବନ୍ଧ ପାଇଁ ଯୋଜନା ହେଲା । ପ୍ରଥମ ପର୍ଯ୍ୟାୟରେ ୧୩ଶହ ମିଟର ଲମ୍ବ ପଥର ପ୍ୟାଚିଂ କାମ କେନ୍ଦ୍ରାପଡ଼ାର ‘ସାମଲ କନଷ୍ଟ୍ରକସନ୍’ ଠିକାସଂସ୍ଥା ନେଇଥିଲା । କାମ ସାରିବାର ୬ମାସ ନପୁରୁଣୁ ତାହା ଧୋଇଗଲାଣି । ଘଟଣାକୁ ଦୁର୍ନୀତି ବୋଲି କହିବା ସହ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ୍ ।
ଅନ୍ୟପଟେ ମୟୂରଭଞ୍ଜ ଇରିଗେସନ ଟିମ୍ ସହ ଉପଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମାଟି ପରୀକ୍ଷା କରାଯାଇଛି । ବର୍ଷା ଛାଡ଼ିବା ପରେ କାମ ଆରମ୍ଭ ହେବ, ସଠିକ୍ ଭାବେ ତଦନ୍ତ କରାଯିବ । ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/14/4-2025-09-14-18-20-38.jpg)