କନକ ବ୍ୟୁରୋ: ଓଡ଼ିଶାର ଏକ ତାରକା ହୋଟେଲ ମ୍ୟାନେଜରଙ୍କୁ ଛିଡା କରି ୪୫ ମିନିଟ୍‌  ଜେରା କରିଛି ସିବିଆଇ । ୪୫ ମିନିଟ ଜେରା ପରେ ସିବିଆଇରୁ ବାହାରିଛନ୍ତି ମ୍ୟାନେଜର ଶୁଭମୟ ବାନାର୍ଜୀ । ଏନେଇ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା  ଦେଇନଥିଲେ  ।  

Advertisment

ତେବେ ତାରକା ହୋଟେଲ ସମ୍ମୁଖରୁ ୧୦ ଲକ୍ଷ ମିଳିବା ଘଟଣାରେ ଶୁଭମୟ ବାନାର୍ଜୀଙ୍କୁ ପଚରାଉଚରା କରିଥିଲା ସିବିଆଇ । ସୂଚନାମୁତାବକ ଜେରା ସମୟରେ ମ୍ୟାନେଜରଙ୍କୁ ବସିବାକୁ ଚେୟାର ଦେଇନଥିଲା ସିବିଆଇ । ୪୫ ମିନିଟ୍ ସେମିତି ଛିଡା ହୋଇ ହୋଇ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ ଶୁଭମୟ ବାନାର୍ଜୀ । ହୋଟେଲ ମ୍ୟାନେଜରଙ୍କୁ  ଆବଶ୍ୟକତା ସ୍ଥଳେ ପୁଣିଥରେ ଡାକିପାରେ ଏହି ତଦନ୍ତକାରୀ ସଂସ୍ଥା ।