କନକ ବ୍ୟୁରୋ : ସୁଧୁରୁଛି ସୁଭାଷ ଘାଇଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଗକତାଲି ଅପରାହ୍ନରେ ବଲିଉଡର ବରିଷ୍ଠ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସ୍ବାସ୍ଥ୍ୟ ବିଗିଡ଼ିଲା ହଠାତ୍ ସେ ଅସୁସ୍ଥ ହୋଇ ପଡିଥିଲେ ଓ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍ କରାଯାଇଥବା ସୂଚନା ମିଳିଛି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁଭାଷ ଘାଇ ବର୍ତ୍ତମାନ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ଙ୍କ ନିରୀକ୍ଷଣରେ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ଆସିଥିବା ଜଣାଯାଇଛି । ଗୋଟିଏ ଦିନ ଆଇସିୟୁ ରହିବା ପରେ ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି। ସେପଟେ ତାଙ୍କ ଟିମଙ୍କ କହିବା ମୁତାବକ, ତାଙ୍କୁ ନିୟମିତ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁଭାଷ ଘାଇ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। 'କାଲିଚରନ୍', 'କରଜ', 'ହିରୋ', 'ବିଧାତା', 'ମେରୀ ଜଙ୍ଗ', 'କରିଶ୍ମା', 'ରାମ ଲକ୍ଷ୍ମଣ', 'ସୌଦାଗର', 'ଖଳନାୟକ', 'କ୍ଷମା' ଭଳି ଅନେକ ଫିଲ୍ମର ନିର୍ମାଣ କରିଛନ୍ତି । ୧୯୭୬ରୁ ସୁଭାଷ ଘାଇ ଫିଲ୍ମ ନିର୍ଦ୍ଦେଶନା କରୁଛନ୍ତି । ସୁଭାଷ ଘାଇ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅନେକ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହୋଇଛି । 'ତାଲ୍' ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ସେ ଶେଷ ଥର ପାଇଁ ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ 'କାଞ୍ଚି'ର ନିର୍ଦ୍ଦେଶନା ଦେଇଥିଲେ ।
କ୍ରମଶଃ ସୁସ୍ଥ ହେଉଛନ୍ତି ସୁଭାଷ ଘାଇ । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚାଲିଛି ଚିକିତ୍ସା
୭୯ ବର୍ଷୀୟ ସୁଭାଷଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ଦୁର୍ବଳତା ଓ ବାରମ୍ବାର ମୁଣ୍ଡ ବୁଲାଉ ଥିବାରୁ ଆଇସିୟୁରେ ଆଡମିଟ୍ କରାଯାଇଥବା ସୂଚନା ମିଳିଛି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁଭାଷ ଘାଇ ବର୍ତ୍ତମାନ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ଙ୍କ ନିରୀକ୍ଷଣରେ ଅଛନ୍ତି ।
/kanak/media/media_files/2024/12/08/6xOIGzpVeiLrQrTw2ydG.jpg)