କନକ ବ୍ୟୁରୋ: ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଦୃଷ୍ଟିବାଧିତ ମା’ କୋଳରୁ ଅପହୃତ ଶିଶୁକୁ ମାତ୍ର ୩ ଦିନରେ ଖୋଜି ଆଣିଲା କମିସନରେଟ୍ ପୁଲିସ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ମିଳିଲା ଶୁଭମ୍ । ଶିଶୁ ନିଖୋଜ ଖବର ଜାଣିବା ପରେ ତୁରନ୍ତ ଖୋଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୁଲିସ କୁ ନିର୍ଦ୍ଦେଶ ଦେଇଥିଲା । ଆଉ ମାତ୍ର ତିନି ଦିନ ଭିତରେ ଶିଶୁକୁ ଉଦ୍ଧାର କରି ଆଣିଲା ପୁଲିସ । ହେଲେ ପାଖାପାଖି ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମିଳିନି ପିହୁର ପତ୍ତା । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲା ପିହୁ । ବର୍ଷବର୍ଷ ଧରି ସରକାରୀ ଅଫିସରୁ ନେଇ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେ ମଧ୍ୟ ଫଳ ଶୂନ । କେବଳ ପିହୁ ନୁହେଁ, ରାଜ୍ୟରେ ଏପରି ହଜାର ହଜାର ଶିଶୁ ଏବେ ବି ନିଖୋଜ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୮୫୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।
କେଦାରସେନ ପଣ୍ଡା ଓ ଝେଲମ୍ ରାଣୀ ପଣ୍ଡାଠାରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁପୁତ୍ର । କେଦାର ବେଙ୍ଗାଲୁରୁରେ ରହି ଡେଲିଭରି ବୟ ଭାବେ କାମ କରେ । ସେଇଠୁ ଝେଲମ୍ର ସ୍ବାମୀ ସହ ବନ୍ଧୁତା । ବନ୍ଧୁତାରୁ ଝେଲମ୍ଙ୍କ ସହ ଗଢ଼ି ଉଠିଥିଲା ପରକୀୟା ପ୍ରୀତି । ଝେଲମ୍ଙ୍କ ପ୍ରେମରେ ପାଗଳ କେଦାର କିଛି ବି କରିବାକୁ ପ୍ରସ୍ତୁତ ଥିଲା । ଝେଲମଙ୍କ ୯ବର୍ଷ ପୁଅର କିଡ୍ନିରେ ସମସ୍ୟା ଥିଲା । ଆଉ ଏକ ଶିଶୁପୁତ୍ର ଖୋଜି ଆଣିଲେ ସବୁ ଠିକ୍ ହୋଇଯିବ ବୋଲି କେଦାରକୁ ବୁଝାଇଥିଲେ ଝେଲମ୍ । ତେଣୁ ବେଙ୍ଗାଲୁରୁରୁ ଭୁବନେଶ୍ବର ପହଞ୍ଚି ଦୃଷ୍ଟିବାଧିତ ମହିଳାଙ୍କ ପୁଅକୁ ଟାର୍ଗେଟ୍ କରିଥିଲା । ଟିକେ ସୁଯୋଗ ମିଳିବା ପରେ ଉଠାଇ ନେଇଥିଲା ସିଧା ବାଲେଶ୍ବର । ଝେଲମ୍ ଘରେ ଛୁଆକୁ ଛାଡ଼ି ପୁରୀ ପଳାଇଥିଲା କେଦାର । ତେଣେ କେଦାରକୁ ଗିରଫ କରିବା ସହ ଝେଲମ୍କୁ ଝାଳବୁହା ଜେରା କରୁଛି ପୁଲିସ ।

ରାଜଧାନୀ ଛାତି ଉପରୁ ତିନି ଦିନ ତଳେ ଚୋରି ହୋଇଥିବା ଏକ ଶିଶୁ ପୁତ୍ରକୁ ପୁଲିସ ଉଦ୍ଧାର ପରେ ଆଜି ମା’କୁ ହସ୍ତାନ୍ତର କରିଛି । ଛୁଆକୁ ପାଇବା ପରେ ମାଆ ଆଖିରୁ ଝରି ଆସିଥିଲା ଖୁସି ଆତ୍ମହରାର ଲୁହ । ସେ ଦୃଶ୍ୟ ଉପସ୍ଥିତ ଲୋକଙ୍କ ଆଖିକୁ ବି ଓଦା କରିଥିଲା ।