କନକ ବ୍ୟୁରୋ : ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ । ଏଥିପାଇଁ ସୁନ୍ଦରଗଡ଼ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଆବେଦନ କରି ବିଭିନ୍ନ କାରଣରୁ ବାଦ ପଡ଼ିଥିବା୨ ଲକ୍ଷ ୬୭ ହଜାର ହିତାଧିକାରୀ ଏଥର ସୁଭଦ୍ରା ପାଇବେ । ବାଦ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ରିପୋର୍ଟ ଆସିବା ପରେ ପ୍ରାୟ ୨୫ ପ୍ରତିଶତ ସଂଶୋଧନ କରାଯାଇଛି । ସେମାନେ ତୃତୀୟ ପର୍ଯ୍ୟାୟରେ ଶୁଭଦ୍ରା ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାଛଡା ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା । ଯାହାର ସମାଧାନ ବର୍ତମାନ ସୁଦ୍ଧା ହୋଇପାରି ନାହିଁ । ତେଣୁ ୫ ଲକ୍ଷ ଆବେଦନକାରୀ ଚଳିତଥର ଟଙ୍କା ମିଳିନ ନାହିଁ । ସେମାନଙ୍କୁ ଡିସେମ୍ୱର ମାସରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆଜି ଆସିବ ସୁଭଦ୍ରା ଟଙ୍କା
ସୁନ୍ଦରଗଡ଼ରୁ ଆସିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
୨୦ ଲକ୍ଷରୁ ଅଧିକ ମହିଳା ହେବେ ଉପକୃତ
ସୁନ୍ଦରଗଡରୁ ମୁଖ୍ୟମନ୍ତ୍ରୀ ରିଲିଜ କରିବେ ଟଙ୍କା
ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ
ମିସ ମ୍ୟାଚ୍ ହୋଇଥିବା ଆକାଉଣ୍ଟକୁ ଯିବନି ଟଙ୍କା
୫ ଲକ୍ଷ ଆବେଦନକାରୀ ଚଳିତଥର ଲାଭବାନ ହୋଇପାରିବେ ନାହିଁ
ସେମାନଙ୍କ ଆକାଉଣ୍ଟ-ଆଧାର ଲିଂକରେ ସମସ୍ୟା ଅଛି
ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସାମିଲ ହେବେ
ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ
ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ
ପ୍ରଥମ କିସ୍ତିରେ ଦୁଇଟି ପର୍ୟ୍ୟାୟରେ ୬୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିଛି
ଡିସେମ୍ବରରେ ସୁଦ୍ଧା ଏକ କୋଟି ମହିଳା ପାଇବେ ସୁଭଦ୍ରା ଟଙ୍କା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/24/jlVguI87tbmUe5pANt9C.jpg)