ଆସିଲା ସୁଭଦ୍ରା ଅଯୋଗ୍ୟ ତାଲିକା: ବାଦ୍ ପଡିଲେ ହଜାର ହଜାର ଆବେଦନକାରୀ । କିଏ କଲା ଷଡଯନ୍ତ୍ର, କାହିଁକି ପଡିଲେ ବାଦ୍?

Advertisment

ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟା ଚାଲିଛି । ଏହାରି ଭିତରେ ଆସିଛି ଅଯୋଗ୍ୟ ତାଲିକା । ହଜାର ହଜାର ଆବେଦନକାରୀ ବାଦ୍ ପଡିଛନ୍ତି । ଯୋଗ୍ୟ ହିତାଧିକାରୀ ହେବାକୁ ସରକାର ଦେଇଥିବା ମାନଦଣ୍ଡ ପୂରଣ କରୁଥିଲେ ହେଁ, ଚୂଡାନ୍ତ ତାଲିକାରୁ କାଟି ଦିଆଯାଇଛି।

ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟା ଚାଲିଛି । ଏହାରି ଭିତରେ ଆସିଛି ଅଯୋଗ୍ୟ ତାଲିକା । ହଜାର ହଜାର ଆବେଦନକାରୀ ବାଦ୍ ପଡିଛନ୍ତି । ଯୋଗ୍ୟ ହିତାଧିକାରୀ ହେବାକୁ ସରକାର ଦେଇଥିବା ମାନଦଣ୍ଡ ପୂରଣ କରୁଥିଲେ ହେଁ, ଚୂଡାନ୍ତ ତାଲିକାରୁ କାଟି ଦିଆଯାଇଛି।

wd

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟା ଚାଲିଛି । ଏହାରି ଭିତରେ ଆସିଛି ଅଯୋଗ୍ୟ ତାଲିକା । ହଜାର ହଜାର ଆବେଦନକାରୀ ବାଦ୍ ପଡିଛନ୍ତି । ଯୋଗ୍ୟ ହିତାଧିକାରୀ ହେବାକୁ ସରକାର ଦେଇଥିବା ମାନଦଣ୍ଡ ପୂରଣ କରୁଥିଲେ ହେଁ, ଚୂଡାନ୍ତ ତାଲିକାରୁ କାଟି ଦିଆଯାଇଛି। ତେଣୁ କେଉଁ ଆଧାରରେ ଆବେଦନକାରୀଙ୍କୁ ଯୋଜନାରୁ ବାଦ ଦିଆଯାଇଛି ଓ କିଏ ବାଦ୍ ଦେଇଛି ତାହା ଏବେ ବଡ ପ୍ରଶ୍ନବାଚୀ।

ସୁଭଦ୍ରାର ହିତାଧିକାରୀ ୫ ହଜାର ପାଇ ଖୁସ୍। ଏବେ କିନ୍ତୁ ବାଦ୍ ପଡିଥିବା ଆବେଦନକାରୀଙ୍କ ମୁଣ୍ଡରୁ ହାତ ଖସୁନି। ସୁଭଦ୍ରା ୱେବସାଇଟରେ ପ୍ରକାଶ ପାଇଥିବା ତାଲିକା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଯେ ଯୋଗ୍ୟ ହିତାଧିକାରୀ ହେବାକୁ ସରକାର ଦେଇଥିବା ମାନଦଣ୍ଡ ପୂରଣ କରୁଥିଲେ ହେଁ, ଚୂଡାନ୍ତ ତାଲିକାରୁ କାଟି ଦିଆଯାଇଛି। ଆଉ କାହାର ଉଦାହରଣ କାହିଁକି ନେବା, ଯେତେବେଳେ ଖୋଦ୍ ଉପ-ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଆବେଦନକାରୀ ଷଡଯନ୍ତ୍ରର ଶିକାର ହୋଇଛନ୍ତି। ସେମାନଙ୍କର ଜମି ନାହିଁ ଅଥଚ ୫ ଏକର ଜମି ଥିବା ଦର୍ଶାଇ ତାଙ୍କୁ ଯୋଜନାରୁ ବଞ୍ଚିତ କରାଯାଇଛି। 

ଏ ସ୍ଥିତି ଉପକୂଳରୁ ଉପାନ୍ତକୁ ଲମ୍ବିଛି। ମାଲକାନଗିରିରେ ମଧ୍ୟ ସମାନ ଅବସ୍ଥା। ଆବେଦନ କରିଥିବା ମହିଳା ପରିବାର ଠାରୁ ଅଲଗା ଥିଲେ ମଧ୍ୟ ଶ୍ୱଶୂରଙ୍କ ଚାକିରି ଓ ଶାଶୂଙ୍କ ପେନସନ ଥିବା ଦର୍ଶାଇ ବାଦ୍ ଦିଆଯାଇଛି। ବାସ୍ତବରେ କେଉଁ ଆଧାରରେ ଆବେଦନକାରୀଙ୍କୁ ଯୋଜନାରୁ ବାଦ ଦିଆଯାଇଛି ଓ କିଏ ବାଦ୍ ଦେଇଛି ତାହା ଏବେ ବଡ ପ୍ରଶ୍ନବାଚୀ। ନଜର ପକାନ୍ତୁ ସୁଭଦ୍ରା ଯୋଜନାର ଯୋଗ୍ୟତାର ମାପଦଣ୍ଡ କଣ ରହିଥିଲା। 

-    ପରିବାରରେ କେହି ସରକାରୀ ଚାକିରି କରିଥିଲେ
-    ୫ ଏକର ଜଳସେଚିତ ଓ ୧୦ ଏକର ଅଣ ଜଳସେଚିତ ଜମି ଥିଲେ
-    ପରିବାରର ସଦସ୍ୟ କେହି ପେନସନ ପାଉଥିଲେ
-    ପରିବାରରେ ୪ ଚକିଆ ଯାନ ରହିଥିଲେ 
-    ୧୫୦୦ ଟଙ୍କାରୁ ଅଧିକ ମାସିକ ସହାୟତା ପାଉଥିଲେ 
-    ଯଦି ବ୍ୟକ୍ତିଗତ ଭାବେ କେହି ଛାତ୍ରବୃତ୍ତି ପାଉଥାନ୍ତି ତେବେ ଅଯୋଗ୍ୟ ହେବେ 

ଆପଣ ବି ଯଦି ଅଯୋଗ୍ୟ ହୋଇ କଟିଛନ୍ତି ତେବେ ସୁଭଦ୍ରା ୱେବସାଇଟକୁ ଯାଆନ୍ତୁ। ଆଧାର ନମ୍ବର ଦେଇ ଏହା ପଛର ପୂରା କାରଣ ଜାଣନ୍ତୁ। ଏହି ପ୍ରସଙ୍ଗଟି ସୁଭଦ୍ରା ଯୋଜନାର ଲୋକପ୍ରିୟତାକୁ ଦିଗହରା କରିବାକୁ ଗୋଟିଏ ଷଡଯନ୍ତ୍ର ନୁହେଁ ତ? ପଞ୍ଚାୟତରେ କେଉଁ ଅଧିକାରୀ ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ବାଦ୍ ଦେବା ଲାଗି ଷଡଯନ୍ତ୍ର କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତର ଅପେକ୍ଷା ରହୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe